ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ! ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପାଇଁ କଲେ ଆବେଦନ

sakhi dhoni

ନୂଆଦିଲ୍ଲୀ : ଡରୁଛନ୍ତି ସାକ୍ଷୀ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀଙ୍କ ଜୀବନ ପ୍ରତି ରହିଛି ବିପଦ । ତେଣୁ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ । ସାକ୍ଷୀଙ୍କ କହିବା ଅନୁଯାୟୀ ଅଧିକାଂଶ ସମୟ ସେ ଘରେ ଏକୁଟିଆ ରହୁଛନ୍ତି । ନିଜର ସମସ୍ତ କାମ ପାଇଁ ବାହାରକୁ ମଧ୍ୟ ଏକା ଯିବାକୁ ପଡୁଛି। ଏମିତିରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ନିଜର ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାର ଲାଇସେନ୍ସ ଆବଶ୍ୟକ ବୋଲି ଦର୍ଶାଇଛନ୍ତି ।

ସାକ୍ଷୀ ଧୋନୀ ଲାଇସେନ୍ସ ପାଇଁ ମାଜିଷ୍ଟ୍ରେଟଙ୍କ କାର୍ଯ୍ଯାଳୟରେ ଆବେଦନ କରିଛନ୍ତି । ପରେ ଏହାକୁ ଅରଗୋରା ପୋଲିସ୍ ଷ୍ଟେସନକୁ ପଠାଯାଇଥିଲା। ଏହା ପରେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଅଛି କି ନାହିଁ ଯାଂଚ ହୋଇଥିଲା ।

ଏହା ପୂର୍ବରୁ ୨୦୦୮ରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଧୋନୀ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପାଇଁ ଆବେଦନ କରିଥିଲେ । ସୂଚନା ମୂତାବକ ଧୋନୀଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ବଟି ମାଗିବା ସହ ଧମକ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.