ଭାଇଜାନଙ୍କୁ ପୁଣି ଧମକ, ‘ଘରେ ପଶି ମାରିବୁ, କାରକୁ ବୋମାରେ ଉଡ଼ାଇଦବୁ’

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପଶି ହତ୍ୟା କରିବୁ । କେବଳ ଏତିକି ନୁହେଁ, ସଲମାନ ଖାନଙ୍କ କାରକୁ ବୋମା ବିସ୍ଫୋରଣ କରିବାର ଆଶଙ୍କା ମଧ୍ୟ ରହିଛି । ୱର୍ଲି ପୋଲିସ ଷ୍ଟେସନରେ ଫୋନ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ସଲମାନଙ୍କ ଘରେ ପଶି ହତ୍ୟା କରିବା ପାଇଁ ଧମକ ମିଳିଛି । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରରେ ଏହି ଧମକ ମିଳିଛି । ଏହି ଧମକ ଦେଇଥିବା ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ତାଙ୍କ ଘରେ ପଶି ହତ୍ୟା କରିବୁ ଏବଂ ତାଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏହି ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।

ପୂର୍ବରୁ ସଲମାନଙ୍କୁ ଅନେକ ଥର ଧମକ ମିଳିଥିଲା । ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଧମକ ମିଳିଥିଲା । ଗତବର୍ଷ ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଏଥିସହିତ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ କରାଯାଇଥିଲା । ଏହାପରେ ସୁପରଷ୍ଟାରଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏବେ ପୁଣି ଥରେ ତାଙ୍କ ଘର ଭିତରେ ହତ୍ୟା ହେବାର ଧମକ ଆସିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

Also Read : ପଳାତକ ମେହୁଲ ଚୋକସୀ ବେଲଜିଅମରୁ ଗିରଫ, ପିଏନବି ଘୋଟାଲାରେ ଥିଲା ସଂପୃକ୍ତ