ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢ଼ିଲା ସଲମାନ ଖାନ୍ଙ୍କ ସୁରକ୍ଷା

କେନ୍ୟୁଜ୍(ବ୍ୟୁରୋ): ବଲିଉଡ ସୁପରଷ୍ଟାର ସଲ୍ମାନ ଖାନଙ୍କୁ ପୁଣିଥରେ ଧମକ ମିଳିଛି। ଏହାଶୁଣିବା ପରେ ତାଙ୍କ ଘର ବାହାରେ କଡାକଡି ସୁରକ୍ଷା ଦିଆଯାଇଛି। ଗତକାଲି ରାତିରେ ମୁମ୍ବାଇର ଜବାନମାନେ ସଲ୍ମାନ ଖାନଙ୍କ ବାନ୍ଦ୍ରା ନିବାସ ଗ୍ୟାଲେକ୍ସିର ବାହାରେ ପେଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ରୋହିତ ବ୍ରାରଙ୍କ ଉପରେ ଏଫଆଇଆର ଦାଖଲ କରିଛି।
ସଲ୍ମାନ ଖାନଙ୍କୁ ମିଳିଲା ଧମକ, ଆକ୍ସନରେ ପୋଲିସ
ମାର୍ଚ୍ଚ ୧୮ ରାତିରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲ୍କରଙ୍କୁ ଏକ ଧମକଭରା ଇ-ମେଲ୍ ପଠାଯାଇଥିଲା, ସେଥିରେ ସଲମାନଙ୍କ ସହ କଥା ହେବା କଥା ଲେଖା ହୋଇଥିଲା। ଏହି ମେଲ୍ଟି ରୋହିତ ଗର୍ଗଙ୍କ ନାମରେ ଆସିଥିଲା। ଇ-ମେଲ୍ରେ ଲେଖାହୋଇଥିଲା ‘ଗୋଲ୍ଠି ବ୍ରାର ତୁମ ମାଲିକଙ୍କ ସହ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି। ସେ ଇଣ୍ଟରଭ୍ୟୁ ବୋଧେ ଦେଖିସାରିଥିବ, ଯଦି ଦେଖିନ ଥିବ କହିବ ଦେଖିଦେବ। ଏହି ମାମଲା ଯଦି ବନ୍ଦ କରିବାକୁ ଚାହୁଁଛ ତାହାହେଲେ କଥା କରାଇ ଦିଅ। ମୁହାଁମୁହିଁ କଥାହେବାର ଅଛି ଯଦି କହିଦିଅ। ଏବେ ସମୟ ଥିବାରୁ ଜଣାଇ ଦେଲୁ, ଏହାପରେ ଝଟ୍କା ଦେଖିବାକୁ ମିଳିବ’।
ଇ-ମେଲ୍ ମିଳିବା ପରେ ସଲମାନ ଖାନଙ୍କ ମ୍ୟାନେଜର ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଘଟଣାଟିର ଗମ୍ଭୀରତା ଓ ସଲମାନ ଖାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାନ୍ଦ୍ରା ପୋଲିସ IPC ଧାରା ୫୦୬(୨),୧୨୦(B ),୩୪ ସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ରୋହିତ ବ୍ରାରଙ୍କ ଉପରେ ମାମଲା ରୁଜୁ କରିଛି, ତାହାସହ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବଢାଇ ଦେଇଛନ୍ତି।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କର କ୍ଷମା ପ୍ରାର୍ଥନା ଚାହୁଁଛନ୍ତି
ସଲମାନ ଖାନଙ୍କୁ ଧମକ ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ହିଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲରୁ ଅଭିନେତାଙ୍କୁ ଧମକ ଦେଇଆସୁଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏକ ଚ୍ୟାନେଲର ଇଣ୍ଟରଭ୍ୟୁରେ ୧୯୯୮ରେ ହୋଇଥିବା କଳା ହରିଣ ମାମଲାରେ ସଲମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ, ନହେଲେ ଏହାର ପରିଣାମ ଭେଗିବାକୁ ହେବ ହୋଲି ଧମକ ଦେଇଥିଲେ।
ଲରେନ୍ସଙ୍କ ଦାବି ହେଉଛି, ସଲମାନ ଖାନ ତାଙ୍କ ସମ୍ପ୍ରଦାୟଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ। ଗ୍ୟାଙ୍ଗଷ୍ଟର କହିଥିଲେ – କଳା ହରିଣ ଘଟଣା ଦିନଠୁ ପିଲାଦିନରୁ ହିଁ ମୁଁ ସଲମାନଙ୍କ ଉପରେ ରାଗିଛି। ସେ ମୋ ସମ୍ପ୍ରଦାୟ ଲୋକଙ୍କୁ ଟଙ୍କା ପ୍ରଦାନ କରିଛି ବୋଲି ଲରେନ୍ସ କହିଥିଲେ।