ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଧରି କାନ୍ଦିଲେ ସମାଜବାଦୀ ପାର୍ଟି ନେତା, ଭାଇରଲ ଭିଡିଓ ଦେଖି ଲୋକେ ଦେଉଛନ୍ତି ଏମିତି କମେଣ୍ଟ

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ଅନୁମତି ନଦେବାରୁ ଗାନ୍ଧୀଙ୍କ ପ୍ରତିମା ଧରି ଚିପୁଡ଼ି ହେଇ କାନ୍ଦିଲେ ସମାଜବାଦୀ ପାର୍ଟି ନେତା ଗାଲିବ ଖାନ। ଭିଡିଓରେ ନେତା ଜଣକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଧରି କାନ୍ଦୁଥିବା ନଜର ଆସିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ନାନା ପ୍ରକାର କମେଣ୍ଟ କରାଯାଉଛି।

ତେବେ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରେ ମାହାତ୍ମାଙ୍କ ପ୍ରତିମା ସହରର ଚୌଧୁରୀ ସରାୟ ଛକରେ ସ୍ଥାପନ କରିବାକୁ ସପା ପକ୍ଷରୁ ଘୋଷଣା କରିଥିଲା। ଘୋଷଣା ଶୁଣିବା ପରେ ଶନିବାର ସକାଳେ ଫିରୋଜଖାନଙ୍କ କାର୍ଯ୍ୟାଳୟକୁ ପୁଲିସ ଘେରିଯାଇଥିଲେ। ଫଳରେ ସପା ନେତାମାନେ କାର୍ଯ୍ୟାଳୟରୁ ନବାହାରି ପାରିବାରୁ ଶେଷରେ ବାଧ୍ୟ ହୋଇ କାର୍ଯ୍ୟାଳୟ ପରିସରରେ ଜନ୍ମଦିନ ପାଳନ କରିଥିଲେ। କାର୍ଯ୍ୟାଳୟରେ ଥିବା ଗାନ୍ଧୀଙ୍କ ଚିତ୍ର ପ୍ରତିମା ଉପରେ ମାଲ୍ୟାର୍ପଣ କରିବା ସହିତ ସପା ନେତା ଗାଲିବ ଖାନ ଓ ଅନ୍ୟ ନେତାମାନେ କାନ୍ଦିବା ଆରମ୍ଭ କରିଦେଇଥିଲେ। ନେତାଙ୍କୁ ଏପରି କାନ୍ଦୁଥିବା ଦେଖି ଦଳୀୟ ନେତାମାନେ ଭିଡିଓ ଉଠାଇବା ସହିତ ଏହାକୁ ଭାଇରାଲ୍ କରିଦେଇଥିଲେ।

ସମାଜବାଦୀ ପାର୍ଟି ନେତାଙ୍କ ମହାତ୍ମାଙ୍କୁ କୁଣ୍ଢାଇ ଏପରି କାନ୍ଦିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ଲୋକ ଅନେକ କମେଣ୍ଟ କରିଛନ୍ତି। କେହି କେହି ଏହାକୁ ଅଭିନୟ ବୋଲି କହୁଥିବା ବେଳେ କେହି କେହି ଅଜବ ଅଜବ କମେଣ୍ଟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.