ଅଖିଳେଶ ଯାଦବଙ୍କ ପାଇଁ NSG ସୁରକ୍ଷା ଦାବି କରି ଅମିତ ଶାହଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ NSG)ସୁରକ୍ଷା ଦେବା ପାଇଁ ଦାବି କଲା ସମାଜବାଦ ପାର୍ଟି । ପାର୍ଟି କହିଛି ଏବେ ତାଙ୍କୁ z +ସୁରକ୍ଷା ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଅତିରିକ୍ତ ସୁରକ୍ଷା ପାଇଁ NSG ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଅମିତ୍ ଶାହାଙ୍କୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ଅଖିଳେଶ ଯାଦବଙ୍କ ପାର୍ଟି । ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡର ସୁରକ୍ଷା ବଳୟକୁ ପୁଣି ଲାଗୁ କରାଯିବା ଉଚିତ୍ । ଯାହାଫଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରଖାଯାଇପାରିବ । ଯାହା ବିଶେଷ ବଳ ଭାବେ ସହାୟକ ହୋଇଥାଏ ।
ସୂଚନାନୁଯାୟୀ, Z+ ସୁରକ୍ଷା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ରହିଥାଏ । ଯେଉଁଥିରେ ଅନେକ ସୁରକ୍ଷା କର୍ମୀ ତାଙ୍କୁ ସୁରକ୍ଷା ଦେଇଥାନ୍ତି । NSG ସୁରକ୍ଷା ଏପରି ପରିସ୍ଥିତିରେ ଯୋଗାଇ ଦିଆଯାଏ ଯେତେବେଳେ ସମଗ୍ର ଦେଶ କିମ୍ବା କୌଣସି ବଡ଼ ଗୋଷ୍ଠୀ ବିପଦରେ ଥାଏ । ଯାହା ଏକ ସ୍ୱତନ୍ତ୍ର ବାହିନୀ ଭାବରେ କାର୍ଯ୍ୟ କରେ। Z+ ସୁରକ୍ଷା ଏକ ଏମିତି ସୁରକ୍ଷା ବ୍ୟବସ୍ଥା ଯାହା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ଯେଉଁ ବ୍ୟବସ୍ଥା ସର୍ବୋଚ୍ଚ ସ୍ତରର ସୁରକ୍ଷା ହୋଇଥାଏ ।
ଯେଉଁଥିରେ ବହୁ ସଂଖ୍ୟକ ପୋଲିସ ସୁରକ୍ଷା ବାହିନୀ ଏବଂ ଘରୋଇ ସୁରକ୍ଷା କର୍ମୀ ସାମିଲ ହୋଇଥାନ୍ତି। ଏହି ସୁରକ୍ଷାରେ ବ୍ୟକ୍ତିଙ୍କ ଚାରିପାଖରେ ୨୦ରୁ ୩୦ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ରହିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି CID, କିଛି କମାଣ୍ଡୋ ଏବଂ କିଛି ଅନ୍ୟ ଉଚ୍ଚ ସୁରକ୍ଷା ବାହିନୀର ହୋଇଥାନ୍ତି। ଯେଉଁମାନଙ୍କ ସୁରକ୍ଷା ଗମ୍ଭୀର ବିପଦରେ ଥାଏ ସେହିମାନଙ୍କୁ ଏହି Z+ ସୁରକ୍ଷା ବ୍ୟବସ୍ଥା ଦିଆଯାଇଥାଏ । ଯେପରିକି ଦେଶର ନେତା, ଶିଳ୍ପପତି କିମ୍ବା ଅନ୍ୟାନ୍ୟ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ।
ଠିକ୍ ସେହିପରି NSG ହେଉଛି ଭାରତ ସରକାରଙ୍କର ଏକ ସ୍ୱତନ୍ତ୍ର ବାହିନୀ, ଯାହାକୁ ଆତଙ୍କବାଦୀ ଆକ୍ରମଣ, ହିଂସାତ୍ମକ ଘଟଣା, ବିମାନ ଅପହରଣ ଆଦି ବିପଦର ମୁକାବିଲା କରିବା ପାଇଁ ତାଲିମ ଦିଆଯାଇଥାଏ । NSGର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା। ଏପରି ପରିସ୍ଥିତିରେ ସାଧାରଣ ପୋଲିସ ଓ ଅନ୍ୟ ବାହିନୀଙ୍କ ପାଇଁ ଏହାକୁ ମୁକାବିଲା କରିବା ଖୁବ୍ କଷ୍ଟକର । ସେମାନଙ୍କର ମୁଖ୍ୟ କାମ ହେଉଛି ଅଧିକ ଚ୍ୟାଲେଞ୍ଜିଂ ଏବଂ ବିପଜ୍ଜନକ ପରିସ୍ଥିତିରେ ସୁରକ୍ଷା ଯୋଗାଇବା ।
NSGରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସୈନିକ ଯେଉଁମାନେ କି ସମସ୍ତ ଘଟଣା ପରିଚାଳନା ପାଇଁ ସକ୍ଷମ । NSG କମାଣ୍ଡୋଙ୍କ ସୁରକ୍ଷା ବଳୟରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ସୁପ୍ରିମୋ ମାୟାବତୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିଜେପି ନେତା ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । ଏହା ବ୍ୟତୀତ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିପିଏପି ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ, ନ୍ୟାସନାଲ କନଫରେନ୍ସ (NC) ସଭାପତି ଫାରୁକ ଅବଦୁଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ସଭାପତି ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ NSG କମାଣ୍ଡୋ ସୁରକ୍ଷା ଯୋଗାଇଦିଆଯାଇଛି ।
Also Read : ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବିଆର ଗଭାଇ, ମେ ୧୪ରେ ନେବେ ଶପଥ