ଆମେରିକାରେ ଜଣେ ୨୧ ବର୍ଷୀୟ ଯୁବକ ସୋସିଆଲ ମିଡ଼ିଆର ପାୱାରକୁ ଆପଣେଇ ହଜିଯାଇଥିବା ଏକ ପର୍ସର ମାଲିକାଣୀଙ୍କୁ ୧୬ ଘଣ୍ଟା ମଧ୍ୟରେ ଖୋଜି ବାହାର କରିଛନ୍ତି । ଜେମ୍ସ ଏଲସ ନାମକ ଏହି ଯୁବକଙ୍କୁ ଏଥିପାଇଁ ୮୦୦ ଥର ରିଟ୍ୱିଟ କରିବାକୁ ପଡିଥିଲା । ଜେମ୍ସ ଚୋରି ହୋଇଥିବା ପର୍ସ ଭିତରୁ ମିଳିଥିବା ଗୋପ୍ରୋ ଦ୍ୱାରା ନିଆଯାଇଥିବା ଫଟୋକୁ ଜାନୁଆରୀ ୨୦ ତାରିଖରେ ଟ୍ୱିଟ କରିଥିଲେ । ତାପରେ ଏହା ଜାରି ରହିଥିଲା । ତେବେ ସୋସିଆଲ ମିଡିଆରେ ପର୍ସର ଫଟୋ ଭାଇରଲ ହେବାପରେ ଜଣେ ୟୁଜର ତାର ମାଲିକାଣି ସାରା ୱେବଙ୍କୁ ଚିହ୍ନି ପାରିଥିଲେ ।
ସୂଚନା ଅନୁଯାୟୀ ୨୩ ବର୍ଷୀୟା ସାରା ଫ୍ଲୋରିଡ଼ାରେ ବାସ କରନ୍ତି । କଲେଜ ଫୁଟବଲ ନ୍ୟାସନାଲ ଚାମ୍ପିୟନସିପ ପାଇଁ New Orleans ଯାଇଥିଲେ । ତେବେ ସେଠାରୁ ବାହାରିବା ସମୟରେ ସାରା ଏକ କାର ବୁକ କରିଥିଲେ ଆଉ ତାପରେ ତାଙ୍କର ପର୍ସ ଚୋରି ହୋଇଯାଇଥିଲା । ଯେଉଁଥିରେ କିଛି ଡ଼ଲାର୍ସ, ସେଲଫୋନ ଏବଂ ଏକ ନେକଲେସ ରହିଥିଲା ।
ସାରା ଆସିବାର ଗୋଟେ ଦିନପରେ ଜେମ୍ସ ସେ ରହୁଥିବା ଫ୍ରେଞ୍ଚ କ୍ଵାଟରରେ ରହିଥିଲେ ଯେଉଁଠୁ ତାଙ୍କୁ ଏକ ପର୍ସ ମିଳିଥିଲା । ତେବେ ଏହି ପର୍ସ ଭିତରେ କାହାର ପରିଚୟ ପତ୍ର ନଥିଲା । ଜେମ୍ସ ପର୍ସରେ ଥିବା ଫୋନରେ ଏହି ପର୍ସର ଫଟୋ ଉଠାଇ ତାକୁ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ‘ଫ୍ରେଞ୍ଚ କ୍ଵାଟରରୁ ଏକ ହଜିଯାଇଥିବା ପର୍ସ ମିଳିଛି ଯେଉଁଥିରେ କୌଣସି ବି ପରିଚୟ ପତ୍ର ନାହିଁ । ଏହି ପର୍ସର ମାଲିକାଣି ସାରା ଦୁନିଆ ବୁଲିସାରିଛନ୍ତି । ଏଥିରୁ ମୋତେ ଏକ ଗୋପ୍ରୋ ମିଳିଛି । ତାଙ୍କର ହଜି ଯାଇଥିବା ପର୍ସକୁ ଫେରାଇବା ପାଇଁ ମୁଁ ସେହି ଯୁବତୀଙ୍କୁ ଖୋଜୁଛି । ଦୟାକରି ତାଙ୍କୁ ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ ” ।
A week ago my purse was stolen in New Orleans. Today social media and an extremely kind soul (@itsking_james ) helped me get it back. Thank you so so so much 💕🎉 https://t.co/oi3waTZuEw
— Saarah Yob (@SaarahYob) January 21, 2020
ତେବେ ଅନେକ ରିଟ୍ୱିଟ ପରେ ସାରାଙ୍କୁ ତାଙ୍କ ପର୍ସ ମିଳିଯାଇଥିଲା । ଏହାପରେ ସାରା କହିଥିଲେ ଯେ ମୁଁ ନିଜ ପର୍ସ ଫେରି ପାଇବାର ଆଶା ରଖିଥିଲି ଯାହାକୁ ମୁଁ New Orleansରେ ହଜାଇ ଦେଇଥିଲି । ଏହାପରେ ସେ ଟ୍ୱିଟ କରି ଜେମ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ।