‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ସବୁ ଭିଡିଓକୁ ନିଜ ଚ୍ୟାନେଲରୁ ହଟାଇଲେ ସମୟ ରୈନା, ଯାହା ଘଟୁଛି ତାକୁ ସମ୍ଭାଳିବା ମୋ ପାଇଁ କଷ୍ଟ
କମେଡିଆନ୍ ସମୟ ରୈନା ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବିବାଦ ଘେରରେ ରହିଛି । ଶୋର ଲାଟେଷ୍ଟ ଏପିସୋଡରେ ୟୁଟ୍ୟୁବର ରଣବୀର ଆଲହାବାଦିଆଙ୍କ କମେଣ୍ଟ ଯୋଗୁଁ ବିବାଦ ଦେଖାଦେଇଥିଲା । ତେବେ ଏହି ବିବାଦ ପରେ ସମୟ ବୁଧବାର ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି ।
ସମୟ କହିଛନ୍ତି କି, ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା, ଅନ୍ୟ କିଛି ନୁହେଁ । ଯାହା ସବୁ ଘଟୁଛି ତାହାକୁ ସମ୍ଭାଳିବା ମୋ ପାଇଁ ଏବେ ଖୁବ୍ ଅଧିକ ହୋଇଯାଉଛି । ମୁଁ ମୋ ଚ୍ୟାନେଲ୍ରୁ ସମସ୍ତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଭିଡିଓ ହଟାଇ ଦେଇଛି । ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ଭଲ ସମୟ ବିତାଇବା । ସେମାନଙ୍କର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ କରିବା ପାଇଁ ମୁଁ ସମସ୍ତ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବି, ଧନ୍ୟବାଦ। ’’
Everything that is happening has been too much for me to handle. I have removed all Indias Got Latent videos from my channel. My only objective was to make people laugh and have a good time. I will fully cooperate with all agencies to ensure their inquiries are concluded fairly.…
— Samay Raina (@ReheSamay) February 12, 2025
ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ଶେଷ ଏପିସୋଡ୍ ପ୍ରସାରିତ ହେବାର ତିନି ଦିନ ପରେ ରୈନାଙ୍କ ମନ୍ତବ୍ୟ ଆସିଛି, ଯେଉଁଠାରେ ୟୁଟ୍ୟୁବର୍ ରଣବୀର ଆଲ୍ଲାବାଦିଆଙ୍କ ଦ୍ୱାରା ପିତାମାତାଙ୍କ ଉପରେ କରାଯାଇଥିବା ମଜାକ ଏକ ବଡ଼ ହଙ୍ଗାମା ସୃଷ୍ଟି କରିଥିଲା ।
ଏହି ମାମଲାରେ ବୁଧବାର ୟୁଟ୍ୟୁବ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଦେଇଥିବା ବିବାଦୀୟ ବୟାନ ମାମଲାରେ ସୋସିଆଲ ମିଡିଆ ଇନଫ୍ଲୁଏଜର ଅପୂର୍ବା ମଖିଜା ସମେତ ୬ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଆଶୀଷ ଚଞ୍ଚଲାନି, ଅପୂର୍ବା ମଖୀଜା, ବଲରାଜ ଘାଇ (ଷ୍ଡୁଡିଓ ମାଲି), ଶୋ ସହିତ ଜଡିତ ଅନ୍ୟ ୩ ଜଣଙ୍କୁ ପଚରାଉଚରା କରାଯାଇଛି । ସମୟ ମୁମ୍ବାଇ ପୋଲିସରେ ହାଜର ହେବା ପାଇଁ ସମୟ ମାଗିଛନ୍ତି । ସେ ଆମେରିକା ଯାଇଛନ୍ତି ୧୭ ମାର୍ଚ୍ଚରେ ମୁମ୍ବାଇ ଫେରିବା ପରେ ପୋଲିସ ଆଗରେ ହାଜର ହେବେ ।
ସୂଚନାଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’’ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, “ତୁମେ କ’ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ ?” ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍ ଏବେ ସେହି ଭିଡିଓକୁ ଡିଲିଟ୍ କରିଦେଇଛି ।
Also Read : ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ Youtubeରୁ ହଟିଲା, ୟୁଟ୍ୟୁବରଙ୍କୁ ସମନ ପଠାଇପାରେ ଆଇଟି ସଂସଦୀୟ କମିଟି