ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ ଚଳାଚଳକୁ ରଦ୍ଦ କଲା ପାକିସ୍ତାନ

କେନ୍ୟୁଜ୍ : ବାଲାକୋଟରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍। ତାପରେ ସୀମାରେ ଭାରତ-ପାକିସ୍ତାନ ବାୟୁସେନା ମୁହାଁମୁହିଁ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସୀମାରେ ଲାଗି ରହିଛି ଉତ୍ତେଜନା। ଏହାରି ଭିତରେ ପାକିସ୍ତାନ-ଭାରତ ସମଝୌତା ଏକ୍ସପ୍ରେସର ଚଳାଚଳକୁ ରଦ୍ଦ କରିଛି ପାକିସ୍ତାନ। ଲାହୋର-ଦିଲ୍ଲୀ ମଧ୍ୟରେ ଏହି ଟ୍ରେନ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଆଜି ସକାଳ ୮ଟାରେ ସମଝୋତା ଏକ୍ସପ୍ରେସ ଲାହୋର ରେଲେଓ୍ଵ ଷ୍ଟେସନରୁ ବାହାରିବାର ଥିଲା। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ରେଲେଓ୍ଵ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ସେହିପରି ପାକିସ୍ତାନରେ ସମସ୍ତ ବିମାନବନ୍ଦରୁ ବନ୍ଦ କରି ଦିଆଯାଇଥିବା ବେଳେ ସେଠାକାର ସମସ୍ତ ରାଜ୍ୟ ସରକାର ଓ ହସ୍ପିଟାଲଗୁଡ଼ିକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର।