ବିପରୀତ ଦିଗରେ ପ୍ରବାହିତ ହେଲା ବାଲି କେନାଲ, ସୃଷ୍ଟି ହୋଇଛି ୨୦ ଫୁଟର ଭଉଁରୀ

ଓଲଟା ପ୍ରବାହିତ ହେଉଛି ବନାରସର ବାଲି କେନାଲ। ଯେଉଁ ଦିଗକୁ ପାଣି ଯିବା କଥା ତାହାର ବିପରୀତ ଦିଗକୁ ଖୁବ୍‌ ତୀବ୍ର ଗତିରେ ଜଳ ସ୍ରୋତ ପ୍ରବାହିତ ହେଉଛି। ଫଳରେ ଧନଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ଜଳର ବେଗ ଏତେ ଅଧିକ ରହିଛି ଯେ ସେଠାରେ ଭଉଁରୀ ସୃଷ୍ଟି ହୋଇଛି। ଭଉଁରୀ ଆଖପାଖରେ ପ୍ରାୟ ୨୦ ଫୁଟ ପରିଧିର ପାଣିର କରେଣ୍ଟ ସୃଷ୍ଟି ହୋଇଛି। ଯଦି କେହି ଏଥିରେ ଫସିଯିବ ତେବେ ତା’ର ମୃତ୍ୟୁ ସୁନିଶ୍ଚିତ।

ଗଙ୍ଗା ନଦୀ କରାଳ ରୂପ ଧାରଣ କରିବା ସହ ଜଳସ୍ତର ବୃଦ୍ଧି ପାଇବାରୁ ମୀରଘାଟ, ଲଳିତାଘାଟ, ଜଳାସେବ ଓ ମଣିକର୍ଣ୍ଣିକା ଶ୍ମଶାନ ସାମ୍ନା ନଦୀବନ୍ଧ ବୁଡ଼ି ଯାଇଛି। ଫଳରେ ପାଣି ବିପରୀତ ଦିଗରେ ବହିବାରେ ଲାଗିଛି। ଏଭଳି ସ୍ଥିତି ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅନ୍ୟପଟେ ଗଙ୍ଗା ନଦୀର ଜଳ ସ୍ତର ଏବେ ବିପଦ ସଙ୍କେତଠାରୁ ତଳେ ଅଛି। ମିର୍ଜାପୁର ଓ ଚୁନାର ହୋଇ ଗଙ୍ଗା ଦକ୍ଷିଣ ଦିଗରେ କାଶୀରେ ପ୍ରବେଶ କରିଥାଏ। ପରେ ଘାଟକୁ ଛୁଇଁ ଗଙ୍ଗାର ସ୍ୱରୂପ ଅର୍ଦ୍ଧଚନ୍ଦ୍ରାକାର ବନିଛି। ଏଠାରେ ଅନ୍ୟ ଶାଖା ନଦୀ ମଧ୍ୟ ମିଶିଥିବାରୁ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.