ବିଜେପି ନେତାଙ୍କ ପୁଅର ହୀନ ମାନସିକତା, ନିଜ ବେପାର ବଢ଼ାଇବାକୁ ଗଣେଶଙ୍କ ହାତରେ ଧରାଇଦେଲେ ସାନିଟାରୀ ପ୍ୟାଡ୍
ବ୍ୟବସାୟ ବଢ଼ାଇବାକୁ ଗଣପତିଙ୍କୁ ବ୍ୟବହାର କଲେ ବିଜେପି ନେତାଙ୍କ ପୁଅ। ନିଜ ବେପାରର ପବ୍ଲିସିଟି ପାଇଁ ଭଗବାନକୁ ବ୍ୟବହାର କରିବାକୁ ବି ପଛଘୁଞ୍ଚା ଦେଲେ ନାହିଁ ଏହି ବଡ଼ ବାପାର ପୁଅ। ଇନ୍ଦୋର ଜିଲ୍ଲାର ମହୁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ନେତାଙ୍କ ପୁଅ ସାନିଟାରୀ ପ୍ୟାଡ୍ ବ୍ୟବସାୟ କରନ୍ତି। ବିଜନେସ୍ର ପବ୍ଲିସିଟି ପାଇଁ ସେ ଭଗବାନ ଗଣେଶଙ୍କ ହାତରେ ଏକ ପ୍ୟାଡ୍ ପ୍ୟାକେଟ୍ ଧରାଇ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଟ୍ରୋଲ କରିବା ସହ ବିଜନେସ୍ ମ୍ୟାନ୍ଙ୍କୁ ପ୍ରବଳ ନିନ୍ଦା କରିଛନ୍ତି। ପରେ ବିଜେପି ନେତା ଜଣକ ଉକ୍ତ ଫଟୋକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଇଛନ୍ତି।
ରିପୋର୍ଟ ମୁତାବକ, ନଗର ବିଜେପିର ପୂର୍ବ ମନ୍ତ୍ରୀ ମହେଶ ବାଗଡିଙ୍କ ପୁଅ ଅଙ୍କିତ ବାଗଡ଼ି ନିଜ ପ୍ରଡକ୍ଟର ପ୍ରଚାରପ୍ରସାର ପାଇଁ ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ମୂର୍ତ୍ତିଙ୍କ ହାତରେ ସାନିଟାରୀ ପ୍ୟାଡ୍ ଧରାଇଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ସମସ୍ତ ହିନ୍ଦୁ ସଂଗଠନ ଅଙ୍କିତଙ୍କର ଏହି ପୋଷ୍ଟରେ ଭିନ୍ନ ଭିନ୍ନ କମେଣ୍ଟ କରିଥିଲେ। ଲୋକଙ୍କ ଆଖି ଦୃଷ୍ଟିଆ ହେବା ପରେ ଅଙ୍କିତ ଉକ୍ତ ଫଟୋକୁ ଡିଲିଟ୍ କରି ଦେଇଥିଲେ।
ପୋଷ୍ଟ ଡିଲିଟ୍ କରାଯାଇଥିଲେ ମଧ୍ୟ କଂଗ୍ରେସର କିଛି ନେତା ଅଙ୍କିତ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ତେବେ ମାମଲା ରୁଜୁ ହେବା ପରେ ମଧ୍ୟ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କେଂଗ୍ରସ ନେତା ଅଭିଯୋଗ କରିଛନ୍ତି।
ଅନ୍ୟପଟେ ମାମଲା ବଢ଼ୁଥିବା ଦେଖି ଅଙ୍କିତ ସୋସିଆଲ ମିଡିଆରେ ପୁଣି ଏକ ପୋଷ୍ଟ ସେୟାର କରି ଲୋକଙ୍କୁ କ୍ଷମା ମାଗିଥିବା ଦେଖାଯାଇଛି।
“मैं बेहद दुखी हूं कि मेरे द्वारा आपकी भावनाओं को ठेस पहुंचाई गई है। मैं अपने हिंदू धर्म का सम्मान करता हूं, और इसका अनादर करने का मेरा इरादा कभी नहीं था। मैं आप सभी से ईमानदारी से माफी मांगता हूँ।”और आपसे वादा करता हूं कि यह दोबारा नहीं होगा”। https://t.co/Etg4RFBZfH
— Ankit Bagdi 🇮🇳 (@AnkitBagdi8) September 14, 2021