ମଧ୍ୟରାତ୍ରରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି, ଆଜି କୋର୍ଟରେ କରାଯିବ ଜେରା

ଜମି ଦୁର୍ନୀତି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଶିବସେନା ଏବଂ ମହାରାଷ୍ଟ୍ରକୁ ଦୁର୍ବଳ କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ଚାଲିଛି। ତେବେ ଆଜି ସଞ୍ଜୟରାଉତଙ୍କୁ ଏହି ମାମଲାରେ ମୁମ୍ବାଇର ଏକ କୋର୍ଟରେ ଜେରା କରାଯିବ।

ଜୁଲାଇ ୨୦ରେ ରାଉତଙ୍କୁ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଡକାରା ଆସିଥିଲା, ଯେଉଁଥିରେ ସଞ୍ଜୟ ଓକିଲଙ୍କ ମାଧ୍ୟମରେ ଜଣାଇଥିଲେ ଯେ, ଚାଲିଥିବା ସଂସଦ ଅଧିବେଶନ ହେତୁ ସେ କେବଳ ଅଗଷ୍ଟ ୭ ପରେ ହାଜର ହୋଇପାରିବେ। ତେବେ ସେ ଜୁଲାଇ ୧ ରେ ପ୍ରଥମ ଥର ପାଇଁ ତାଙ୍କ ବୟାନ ରେକର୍ଡ କରାଯାଇଥିଲାଏହି ମାମଲାରେ ଦାଦର ଏବଂ ଆଲିବାଗରେ ଥିବା ସଞ୍ଜୟ ରାଉତଙ୍କ ସମ୍ପତ୍ତି ଫ୍ରିଜ୍ କରିଛି ଇଡି।

ସୂଚନା ଥାଉକି, ମୁମ୍ବାଇ ସ୍ଥିତ ବାସଭବନରେ ସଞ୍ଜୟ ରାଉତଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିଲା ED। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍ ଜମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

ତେବେ ସଞ୍ଜୟ ରାଉତଙ୍କୁ ଜେରାକୁ ନେଇ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଜମ୍ମୁ ଓ ପୁନେ ସମେତ ଦେଶର କିଛି ସ୍ଥାନରା ଇଡିର କାର୍ଯ୍ୟକାରିତାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତେବେ ସୋମବାର ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି।

 

Also Read : ପଶ୍ଚିମବଙ୍ଗରେ ବଡ ଧରଣର ଦୁର୍ଘଟଣା: ପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ କାଉଡିଆଙ୍କ ମୃତ୍ୟୁ, ୧୬ ଆହତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.