ଗିରଫ ହେବା ପୂର୍ବରୁ ମା’ଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ ଶିବସେନା ସାଂସଦ ସଞ୍ଜୟ ରାଉତ, ସାମ୍ନାକୁ ଆସିଲା ଭିଡିଓ

ମହାରାଷ୍ଟ୍ରର ପାତ୍ରା ଜମି ଘୋଟାଲା ମାମଲାରେ ଅଧ ରାତିରେ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି। ଏହା ପୂର୍ବରୁ ବିଳମ୍ବିତ ରାତି ଯାଏଁ ମହାରାଷ୍ଟ୍ର ରାଜନୀତିରେ ହାଇ ଭୋଲଟେଜ୍‌ର ଡ୍ରାମା ଚାଲିଥିଲା। ରାଉତଙ୍କ ସମର୍ଥନରେ ଶିବ ସେନା ପ୍ରଥମରୁ ହିଁ ତାଙ୍କ ଘର ସାମ୍ନା ଓ ପରେ ଇଡି ଅଫିସ ବାହାରେ ନାରାବାଜି ଦେଇଥିବା ବେଳେ ଅନ୍ୟପଟେ ରାଜନୈତିକ ଦଳ ମଧ୍ୟରେ ବୟାନ ବାଜି ଜାରି ଥିଲା।

ଇତି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ସଞ୍ଜୟ ରାଉତଙ୍କ ଘରେ ମୋବାଇଲରେ ସୁଟିଂ କରାଯାଇଛି। ଭିଡିଓରେ ସଞ୍ଜୟ ରାଉତ ଓ ତାଙ୍କ ପରିବାର ଲୋକ ଇମୋସନାଲ ହୋଇପଡ଼ୁଥିବା ଦେଖାଯାଇଛି। ଭିଡିଓରେ ଦେଖାଯାଇଛି ଯେ ଇଡି ଅଧିକାରୀ ଯେତେବେଳେ ସଞ୍ଜୟ ରାଉତଙ୍କୁ ଗିରଫ କରି ନେଇଯାଉଛନ୍ତି, ସେତେବେଳେ ତାଙ୍କ ମା’ କାନ୍ଦି ପକାଉଛନ୍ତି।

ଇଡି ଅଧିକାରୀଙ୍କ ସହ ଯିବା ପୂର୍ବରୁ ସଞ୍ଜୟ ରାଉତ ମା’ଙ୍କୁ କୁଣ୍ଢାଇ କାନ୍ଦୁଛନ୍ତି। ଏହା ପୂର୍ବରୁ ପ୍ରଥମେ ମା’ ପୁଅର ଆରତି କରିଥିଲେ ଓ ମଥାରେ ଟିକା ଲଗାଇଥିଲେ। ତା’ ପରେ ସଞ୍ଜୟ ରାଉତ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ସଞ୍ଜୟ ରାଉତ ଇଡି ଅଧିକାରୀଙ୍କ ସହ ଯିବା ପୂର୍ବରୁ କିଛି ସମୟ ଯାଏଁ ମା’ଙ୍କୁ ଆଲିଙ୍ଗନ କରୁଛନ୍ତି। ଏହି ସମୟରେ ତାଙ୍କ ମା’ ମଧ୍ୟ କାନ୍ଦି ପକାଉଛନ୍ତି। ତା’ ପରେ ସେ ଇଡି ଅଧିକାରୀଙ୍କ ସହ ଯାଉଛନ୍ତି।

ସୂଚନା ଥାଉ ଯେ ମୁମ୍ବାଇ ସ୍ଥିତ ବାସଭବନରେ ସଞ୍ଜୟ ରାଉତଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିଲା ED। ୧୦୩୪ କୋଟି ଟଙ୍କାର ପାତ୍ରା ଜମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

ଇଡି ଜୁଲାଇ ୨୦ରେ ସଞ୍ଜୟ ରାଉତଙ୍କୁ ସମନ ଜାରି କରିଥିଲା। କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ବ୍ୟସ୍ତତା ଯୋଗୁ ଶିବସେନା ସାଂସଦ ଏଜେନ୍ସିରେ ହାଜର ହୋଇପାରିନଥିଲେ। ସେ ଓକିଲଙ୍କ ଜରିଆରେ ଅଗଷ୍ଟ ୭ ଯାଏଁ ସମୟ ମାଗିଥିଲେ। କିନ୍ତୁ ଇଡି ତାଙ୍କର ଏହି ଆବେଦନକୁ ଖାରଜ କରି ଦେଇଥିଲେ ଓ ପୁନର୍ବାର ଜୁଲାଇ ୨୭ରେ ସମନ ଜାରି କରିଥିଲେ। ଏଥରକ ମଧ୍ୟ ସଞ୍ଜୟ ରାଉତ ପହଞ୍ଚିନଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ଥିବା ନେଇ କହିଥିଲେ। ଏହା ପରେ କାଲି ଇଡି ସଞ୍ଜୟ ରାଉତଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛି।

Also Read: ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ! ନିକଟରେ ୟୁଏଇରୁ କେରଳ ଫେରିଥିଲେ ଯୁବକ

Leave A Reply

Your email address will not be published.