Mrs India World ମୁକୁଟ ଜିତିଲେ ସରଗମ୍ କୌଶଲ, ୫୧ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ହେଲେ ବିଜୟିନୀ
ନୂଆଦିଲ୍ଲୀ: ଦେଶକୁ ମିଳିଲା ଆଉ ଜଣେ ବିୟୁଟି କୁଇନ୍। ଘୋଷଣା ହେଲା ମିସେସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ୨୦୨୨-୨୦୨୩ (Mrs India World 2022-23) ର ବିଜେତା। ଏଥରକ ଏହି ଟାଇଟଲ୍କୁ ନିଜ ନାଁରେ କରିଛନ୍ତି ମିସେସ୍ ସରଗମ୍ କୌଶଲ। ଜୁନ୍ ୧୫ରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନେସ୍କୋ ସେଣ୍ଟରରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା।
ମିସେସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ୨୦୨୧ ଓ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ରେ ନ୍ୟାସନାଲ କଷ୍ଟ୍ୟୁମ୍ ଓ୍ଵିନର ହୋଇଥିବା ନବଦୀପ୍ କୌର ସରଗମ୍ କୌଶଲଙ୍କ ମୁଣ୍ଡରେ କ୍ରାଉନ୍ ପିନ୍ଧାଇଛନ୍ତି। ମିସେସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ଜିତିବା ପରେ ଏବେ ସରଗମ୍ କୌଶଲ ମିସେସ୍ ଓ୍ଵାର୍ଲ ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ଜୁହି ବ୍ୟାସ ଓ ଦ୍ୱିତୀୟ ରନର୍ସ ଅପ୍ ଚାହତ ଦଲାଲ ହୋଇଛନ୍ତି।
View this post on Instagram
ସବୁଠୁ ଖାସ୍ କଥା ହେଉଛି ମିସେସ୍ ଇଣ୍ଡିଆ ଓ୍ଵାର୍ଲ୍ଡର କ୍ରାଉନ୍ ଜିତିବା ପାଇଁ ସରଗମ୍ କୌଶଲ ସାରା ଦେଶର ୫୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। ମିସେସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ପିଜେଣ୍ଟର ଜୁରୀ ପ୍ୟାନେରେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ଏଥିରେ ଜୁରୀ ଭାବେ ବିବେକ ଓବରୟ, ସୋହା ଅଲ୍ଲୀ ଖାନ୍, ପୂର୍ବ କ୍ରିକେଟର ମୋହମ୍ମଦ ଅଜହରୁଦ୍ଦିନ୍, ପୂର୍ବ ମିସ୍ ଓ୍ଵାର୍ଲ୍ଡ ଡାକ୍ତର ଅଦିତି ଗୋବିତ୍ରିକର ଓ ଫ୍ୟାଶନ ଡିଜାଇନର ମାସୁମୀ ମେବାଓ୍ଵାଲା ସାମିଲ ଥିଲେ।
ଏହି ପ୍ରତିଯୋଗିତା ଜିତିବା ପରେ ସରଗମ୍ କୌଶଲ ନିଜ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି- ମୁଁ ଏଠାକୁ ଆସି ବେଶ୍ ଖୁସି ଅଛି। ମୁଁ ମୋ ଖୁସିକୁ ଶବ୍ଦରେ ବର୍ଣ୍ଣନା କରିପାରୁନାହିଁ। ମୁଁ ଏହି କ୍ରାଉନ୍କୁ ଅନେକ ବର୍ଷ ହେଲାଣି ଚାହୁଁଥିଲି। ମୁଁ ଏବେ ଆପଣଙ୍କୁ ଆସନ୍ତା ମିସେସ୍ ଓ୍ଵାର୍ଲ୍ଡ ପିଜେଣ୍ଟରେ ଦେଖା ହେବି।
View this post on Instagram
ପ୍ରକାଶ ଯେ ବିଜୟିନୀ ହେବା ପରେ ସୋସିଆଲ ମିଡିଆରେ ସରଗମ୍ଙ୍କ କ୍ରେଜ୍ ବଢ଼ିଯାଇଛି। ସରଗମ୍ ଇନ୍ଷ୍ଟାଗ୍ରାମ୍ରେ ବେଶ୍ ଆକ୍ଟିଭ୍ ଥାଆନ୍ତି। ତାଙ୍କର ୫୨୩୮ ଜଣ ଫଲୋୟର୍ସ ଅଛନ୍ତି। ସରଗମ୍ ରିୟଲ ଲାଇଫ୍ରେ ମଧ୍ୟ ବହୁତ ଷ୍ଟାଇଲିସ୍ ଓ ଗର୍ଜିୟସ୍।
View this post on Instagram
Also Read: ଖୁସି ଖବର! କମିଲା ଖାଇବା ତେଲ ଦର, ଜାଣନ୍ତୁ ଏବେ କେତେ ହେଲା ମୂଲ୍ୟ