SBI କ୍ଲର୍କ ପ୍ରିଲିମ୍ସ ପରୀକ୍ଷା ଫଳ ପ୍ରକାଶିତ, ତୁରନ୍ତ ଏଠାରେ ଚେକ୍‌ କରନ୍ତୁ ତାଲିକା

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) କ୍ଲର୍କ ପ୍ରିଲିମ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆପଣ ଯଦି ପରୀକ୍ଷା ଦେଇଥିଲେ, ତେବେ ତୁରନ୍ତ sbi.co.in/web/careers କୁ ଯାଇ ଅନଲାଇନ ଚେକ୍‌ କରିପାରିବେ । ଜୁନିଅର ଆସୋସିଏଟ୍‌ ପଦରେ ଭର୍ତ୍ତି ପାଇଁ ଏସବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୨ ନଭେମ୍ବରରେ ଆୟୋଜିତ ହୋଇଥିଲା । ଏହି ଭର୍ତ୍ତି ୫୪୮୬ ପଦବୀରେ ହେବ ।

ଯେଉଁମାନେ ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ, ସେମାନେ ମେନ୍‌ ପରୀକ୍ଷା ଦେଇପାରିବେ । ଏହା ପରେ ଇଣ୍ଟରଭ୍ୟୁ ଆଧାରରେ ନିଯୁକ୍ତି ମିଳିବ । ମେନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ପାଇଁ ଅଲଗା ଅଲଗା ଡିଟେଲ ଜାରି କରାଯିବ।

କେମିତି ଚେକ୍‌ କରିବେ ରେଜଲ୍ଟ :

ପ୍ରଥମେ SBI କ୍ଲର୍କ ପ୍ରିଲିମ୍ସ ଫଳାଫଳ ୨୦୨୨ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ ।

ଏଠାରେ Sbi.co.in/web/careers/current-openings ରେ ଏଠାରେ କ୍ୟାରିଅର ପେଜ୍‌କୁ ଯାଆନ୍ତୁ ।

ଜୁନିଅର ଆସୋସିଏଟ୍ସ ସେକ୍ସନ ଅନ୍ତର୍ଗତ ‘ରେଜଲ୍ଟ ଲିଙ୍କ୍’ ଉପରେ କ୍ଲିକ୍ କରନ୍ତୁ ।

ଆପଣଙ୍କର ପଞ୍ଜୀକରଣ ନମ୍ବର / ରୋଲ୍ ନମ୍ବର, ଲଗଇନ୍ ପାଇଁ ଜନ୍ମ ତାରିଖ ପ୍ରବେଶ କରନ୍ତୁ ।

ସ୍କ୍ରିନରେ ଏସବିଆଇ କ୍ଲର୍କ ପ୍ରିଲିମସ୍ ଫଳାଫଳ ଦେଖାଯିବ ।

ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତରେ ଦରକାର ପାଇଁ ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ ।

ରେଜଲ୍ଟ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sbi.co.in/web/careers/current-openings#lattest

Leave A Reply

Your email address will not be published.