SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ଏହି ସମୟରେ UPI ଲାଇଟ୍ ଓ ATM ବ୍ୟବହାର ପାଇଁ ପରାମର୍ଶ ଦେଇଛି ବ୍ୟାଙ୍କ ।
— State Bank of India (@TheOfficialSBI) April 1, 2025
SBI X ରେ ପୋଷ୍ଟ କରିଛି ଯେ କ୍ଲୋଜିଂ ଯୋଗୁଁ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ତଥାପି, ଗ୍ରାହକମାନେ UPI ଲାଇଟ୍ କିମ୍ବା ATM ସେବା ମାଧ୍ୟମରେ ଟଙ୍କା କାରବାର କରିପାରିବେ । ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି ।
ତେବେ କେତେକ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି କି, ଆଜି ସକାଳ ଠାରୁ ୟୁପିଆଇ ପେମେଣ୍ଟରେ ସମସ୍ୟା ଦେଖାଯାଉଛି । କିନ୍ତୁ ଏସବିଆଇ ପକ୍ଷରୁ କେବଳେ ୩ ଘଣ୍ଟା ବନ୍ଦ ରହିବା ନେଇ କୁହାଯାଇଛି ।
Also Read : ଅପ୍ରେଲ ୧ ରୁ ୧୨ଲକ୍ଷ ୭୫ ହଜାର ପର୍ଯ୍ୟନ୍ତ ଆୟରେ ପଡ଼ିବନି ଆୟକର, ୟୁପିଆଇ ଟ୍ରାଞ୍ଜାକସନ ଓ କ୍ରେଡିଟ କାର୍ଡରେ ନୂଆ ନିୟମ