ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଛାତ୍ରଛାତ୍ରୀମାନଙ୍କୁ ଫ୍ରି ସ୍କଲାରସିପ୍ ଦେଉଛି। ଏହି ସ୍କଲାରସିପ୍ ପାଇଁ ୨୪ ଫେବୃୟାରୀରୁ ଆବେଦନ ପ୍ରକ୍ରୀୟା ଆରମ୍ଭ ହୋଇସାରିଛି। ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଆଇସିଟିଇ ଏବଂ ୟୁଜିସି ଦ୍ୱାରା ମାନ୍ୟତା ପ୍ରାପ୍ତ କଲେଜରେ ବିଏ, ବିଟେକ, ଲ ଏବଂ ଅନ୍ୟ ବିଷୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁମେରୋ ୟୁନୋ କ୍ୱିଜ୍ ଅର୍ଗାନାଇଜ୍ କରାଯାଇଛି। ଏହି କ୍ୱିଜ୍ ୨୪ ଫେବୃୟାରୀରୁ ଆରମ୍ଭ ହୋଇ ୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ, ଯାହା ୧୭ ସହରରେ ରଖାଯାଇଛି।
ଏହାର ଆରମ୍ଭ ତିରୁନ୍ତପୁରମରେ ହୋଇଛି। ଏହି କ୍ୱିଜରେ କରେଣ୍ଟ ଆଫାୟର୍ସ ଏବଂ ସାଧାରଣ ଜ୍ଞାନ ସହିତ ଜଡିତ ପ୍ରଶ୍ନ ପଚରାଯିବ। ପ୍ରତିଯୋଗିତା ରିଜୋନାଲ, ସେମିଫାଇନାଲ ଏବଂ ଫାଇନାଲ ରାଉଣ୍ଡ ଭଳି ତିନୋଟି ପର୍ଯ୍ୟାୟ ହେବ।
ସ୍କଲାରସିପ୍ ଜରୀଆରେ ନ୍ୟୁମେରୋ ୟୋନାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରୀୟ ସ୍ତରରେ କଲେଜର ପ୍ରତିନିଧିତ୍ୱ କରିବା ସହିତ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ସୋହନ କରିବା। ଏସବିଆଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏହି କ୍ୱିଜର ସୂଚନା ଦେଇଛି। ଏହାଛଡା ଅଧିକ ବିବରଣୀ ପାଇଁ ଆପଣ http://sbinumeroyono.comରେ ଭିଜିଟ କରି ପାଇପାରିବେ। ସବୁ ପର୍ଯ୍ୟାୟର ଶେଷରେ ୩ ବିଜେତାଙ୍କୁ ସ୍କଲାରସିପ୍ ଦିଆଯିବ। ଏଥିପାଇଁ ରେଜିଷ୍ଟ୍ରେସନ କରିବା ମାଗଣା ରହିଛି। ରିଜୋନାଲ ପରେ ଛାତ୍ରଛାତ୍ରୀଙ୍କୁ ସେମି ଫାଇନାଲ ରାଉଣ୍ଡ ପାଇଁ ଚୟନ କରାଯିବ। ସେହିପରି ଏହାର ଫାଇନାଲ ରାଉଣ୍ଡ ମୁମ୍ବାଇରେ ହେବ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…