ଇଭିଏମ ରୁ ନିର୍ବାଚନ ଚିହ୍ନ ହଟାଇବା ନେଇ ସୁପ୍ରିମକୋର୍ଟରେ ଦାୟର ହେଲା ପିଟିସନ, ୩୧ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଇଲୋକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍‌) ରୁ ଦଳୀୟ ନିର୍ବାଚନ ଚିହ୍ନ ହଟାଇବା ନେଇ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ । ପିଟିସନରେ, ଭୋଟ ପତ୍ର ଓ ଇଭିଏମରୁ ନିର୍ବାଚନ ଚିହ୍ନ ହଟାଇ ଏଥିରେ ପ୍ରାର୍ଥୀଙ୍କର ନାମ, ବୟସ,ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ରଖିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରିବେ ।

ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଛନ୍ତି ପିଟିସନ

ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ପିଟିସନରେ ଇଭିଏମରେ ଦଳୀୟ ଚିହ୍ନର ବ୍ୟବହାର ଅବୈଧ-ଅଣସାମ୍ବିଧାନିକ ଓ ଭାରତ ସମ୍ବିଧାନର ଅନୁଚ୍ଛେଦ ୧୪,୧୫ ଓ ୨୧ ଅନୁଯାୟୀ ଉଲଂଘନ କରିବାକୁ ନିର୍ଦ୍ଦେଶ ଦେଉଛି ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି ଯେ ରାଜନୀତିରେ ଅପରାଧକରଣ ଓ ଭ୍ରଷ୍ଟାଚାର ଶେଷ କରିବାକୁ, ଇଭିଏମରେ ଦଳୀୟ ଚିହ୍ନ ବଦଳରେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ସବୁଠୁ ଭଲ ଉପାୟ ।

ଭାଇ-ସମ୍ପର୍କୀୟବାଦ ଶେଷ କରିବାରେ ମଳିବ ସହଯୋଗ

ପିଟିସନରେ ଆହୁରି କୁହାଯାଇଛି, ଭାରତର ନିର୍ବାଚନ ଆୟୋଗଙ୍କୁ ଇଭିଏମରେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ କୁହାଯିବା ଉଚିତ୍‌ । ଏହାଛଡ଼ା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦିଆଯାଉ । ଏହାଦ୍ୱାରା ଭ୍ରଷ୍ଟାଚାର,ଅପରାଧୀକରଣ, ଜାତିବାଦ, ସାମ୍ପ୍ରଦାୟିକତା, ଭାଷାବାଦ ଓ ଭାଇ-ସମ୍ପର୍କୀୟବାଦ ଶେଷ କରିବାକୁ ସହଯୋଗ ମିଳିବ ।  ଏହାଦ୍ୱାରା ବୁଦ୍ଧିମାନ, ପରିଶ୍ରମୀ ଓ ସଚ୍ଚୋଟ ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ସୁଯୋଗ ମିଳିବ । ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଇଭିଏମ ବ୍ୟବହାର କରିବା ବଦଳରେ ଭୋଟପତ୍ର ପ୍ରଚଳନ କରିବାକୁ ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.