ଧାରା ୩୭୦ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍): ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଧାରା ୩୭୦ ହଟାଇବାକୁ ବିରୋଧ କରି ଆବେଦନ କରାଯାଇଥିଲା । ଆବେଦନକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ । କହିଛନ୍ତି, ଏହା କି ପ୍ରକାର ଆବେଦନ ? ଏହି ଆବେଦନର ମାନେ କ’ଣ ? ଏପ୍ରକାର ଆବେଦନର କୌଣସି ମାନେ ନାହିଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, ଆବେଦନକୁ ପାଖାପାଖି ଅଧ ଘଣ୍ଟାଏ ପଢିଲି, ହେଲେ କିଛି ବୁଝାପଡ଼ିଲାନି । ଆବେଦନ ପ୍ରତ୍ୟାହାର କରି ଆଉ ଏକ ଆବେଦନ ଦାଖଲ କରିବାକୁ କହିଛନ୍ତି କୋର୍ଟ । ପୂର୍ବରୁ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । ଜମ୍ମୁକଶ୍ମୀର ମାମଲା ସମ୍ବେଦନଶୀଳ, ଏହା ଉପରେ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ ।