ଭୋପାଳ ଗ୍ୟାସ ଟ୍ରାଜେଡି ମାମଲାରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା, ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା

ଭୋପାଳ ଗ୍ୟାସ ଟ୍ରାଜେଡି ମାମଲାରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା । ଘଟଣାରେ ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ପୁଣି ଥରେ ପୁରୁଣା ଫାଇଲ ଖୋଲିବା ସହ ପୀଡ଼ିତଙ୍କୁ ଅତିରିକ୍ତ ୭ ହଜାର ୮୪୪ କୋଟି କ୍ଷତିପୂରଣ ଦେବା ଲାଗି ଆବେଦନ କରିଥିଲେ କେନ୍ଦ୍ର ସରକାର।

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଟ୍ରାଜେଡି ମାମଲାରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା । ଘଟଣାରେ ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ପୁଣି ଥରେ ପୁରୁଣା ଫାଇଲ ଖୋଲିବା ସହ ପୀଡ଼ିତଙ୍କୁ ଅତିରିକ୍ତ ୭ ହଜାର ୮୪୪ କୋଟି କ୍ଷତିପୂରଣ ଦେବା ଲାଗି ଆବେଦନ କରିଥିଲେ କେନ୍ଦ୍ର ସରକାର।

ଆମେରିକାର ୟୁନିୟନ କାର୍ବାଇଡ୍‌ କମ୍ପାନୀର ଏହି ଅର୍ଥ ଦେବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରିଥିଲେ କେନ୍ଦ୍ର ସରକାର। ୧୯୮୯ରେ ମାମଲାର ମିମାଂସା ବେଳେ କ୍ଷୟକ୍ଷତିର ଠିକ ଆକଳନ କରାଯାଇନଥିଲା ବୋଲି କେନ୍ଦ୍ର ସରକାର ଆବେଦନରେ ଦର୍ଶାଇଥିଲେ ।

ତେବେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଆବେଦନକୁ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି କେବଳ ଠକେଇ ଆଧାରରେ ଆଉ ଥରେ ସେଟେଲମେଣ୍ଟ ହୋଇପାରିଥାନ୍ତା। ଏହି ପ୍ରସଙ୍ଗକୁ ସରକାର ଦର୍ଶାଇ ନାହାନ୍ତି। ୧୯୮୪ରେ ଭୋପାଳ ଗ୍ୟାସ ଦୁର୍ଘଟଣା ହୋଇଥିଲା। ଏଥିରେ ୩ ହଜର ଲୋକଙ୍କ ଜୀବନ ଯାଇଥିଲା। ଏହା ସବୁଠୁ ବଡ଼ ଶିଳ୍ପ ବିପର୍ଯ୍ୟୟ।