ଜ୍ଞାନବାପି ମସଜିଦ ପରିସରେ ଥିବା ଶିବଲିଙ୍ଗ କାର୍ବନ ଡେଟିଂ ଆଦେଶ ଉପରେ ପ୍ରତିବନ୍ଦକ ଲଗାଇଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଦେଇଥିଲେ ଆଦେଶ

ସୁପ୍ରିମକୋର୍ଟ ବାରଣାସୀ ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗଙ୍କ କାର୍ବନ ଡେଟିଂ ପାଇଁ ମିଳିଥିବା ଆଦେକକୁ ରଦ୍ଦ କରିଛନ୍ତି । ମସଜିଦ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଆଦେଶ ଉପରେ ପିଟିସନ ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ଜ୍ଞନାବାପି ମସଜିଦ ଭିତରେ ଥିବା ଶିବଲିଙ୍ଗଙ୍କ କାର୍ବନ ଡେଟିଂ ଓ ବୈଜ୍ଞାନିକ ପରୀକ୍ଷଣକୁ ଆଗାମୀ ଶୁଣାଣି ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାରଣାସୀ ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗଙ୍କ କାର୍ବନ ଡେଟିଂ ପାଇଁ ମିଳିଥିବା ଆଦେକକୁ ରଦ୍ଦ କରିଛନ୍ତି । ମସଜିଦ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଆଦେଶ ଉପରେ ପିଟିସନ ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ଜ୍ଞନାବାପି ମସଜିଦ ଭିତରେ ଥିବା ଶିବଲିଙ୍ଗଙ୍କ କାର୍ବନ ଡେଟିଂ ଓ ବୈଜ୍ଞାନିକ ପରୀକ୍ଷଣକୁ ଆଗାମୀ ଶୁଣାଣି ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ଉତ୍ତର ପ୍ରଦେଶ ସରକାର, କେନ୍ଦ୍ର ସରକାର ଓ ହିନ୍ଦୁ ପିଟିସନକାରୀଙ୍କୁ ନୋଟିସ ଜାରି କରିଛନ୍ତି । ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗଙ୍କ କାର୍ବନ ଡେଟିଂ ଓ ବୈଜ୍ଞାନିକ ପରୀକ୍ଷଣ ପାଇଁ ଆଲ୍ହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମୁସଲିମ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଆଗାମୀ ଶୁଣାଣି ଯାଏ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.