ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା, ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ଦାବି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ । ଆସନ୍ତାକାଲି ଫ୍ଳୋର ଟେଷ୍ଟ ନେଇ ସସପେନ୍ସ ଜାରି । ଆସ୍ଥା ଭୋଟ ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଶିବସେନା । ଶିବସେନା ମୁଖ୍ୟ ସଚେତକ ସୁନିଲ ପ୍ରଭୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ଦିନ ୩ଟା ସୁଦ୍ଧା ସମସ୍ତଙ୍କୁ ପକ୍ଷ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ୫ଟାରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ୧୬ ବିଦ୍ରୋହୀ ବିଧାୟକଙ୍କ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ତେଣୁ ରାଜ୍ୟପାଳଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ବେଆଇନ ।

କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠକାରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିଆରୀ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏହାପରେ ଫ୍ଲୋର ଟେଷ୍ଟ ହେବ । ଏ ନେଇ ବିଧାନସଭା ସଚିବଙ୍କୁ ରାଜ୍ୟପାଳ ଚିଠି ଲେଖଛନ୍ତି । ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ କୁହାଯାଇଛି । ବିଧାନସଭା ଅଧିବେଶନର ଭିଡିଓଗ୍ରାଫି ହେବ । ଗୃହ ମୁଲତବୀ ନ କରିବାକୁ କୁହାଯାଇଛି । ସଂଧ୍ୟା ୫ଟା ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି । କାଲି ବିଦ୍ରୋହୀ ଶିବସେନା ବିଧାୟକ ମୁମ୍ବାଇ ଫେରିବେ । ତାଙ୍କ ନିକଟରେ ୫୦ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ। ଫ୍ଲୋର୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଓ ସେ ବିଜୟୀ ହେବେ ବୋଲି କହିଛନ୍ତି। କାଲି ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ ରାତିରେ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର୍‌ ଟେଷ୍ଟ ପାଇଁ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.