ଆସନ୍ତାକାଲି ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ଅଗ୍ନି ପରୀକ୍ଷା: ୧୯୮୮ରେ ସଡ଼କ ଦୁର୍ଘଟଣା ରିଭ୍ୟୁ ପିଟିସନର ହେବ ଶୁଣାଣି
କେନ୍ୟୁଜ୍(ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତାକାଲି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ଅଗ୍ନି ପରୀକ୍ଷା । କାଲି ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ରିଭ୍ୟୁ ପିଟିସନର ଶୁଣାଣି ହେବ । ୧୯୮୮ରେ ସଡ଼କ ଦୁର୍ଘଟଣାରେ ପରେ ହୋଇଥିବା ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସିଦ୍ଧୁଙ୍କ ମୁଥ ମାଡରେ ପଟିଆଲାର ଗୁରୁନାମ ସିଂହ ଆଖିବୁଜିଥିଲେ । ଏହି ଘଟଣାରେ ପଞ୍ଜାବ-ହରିଆଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ପାଇଁ ଜେଲଦଣ୍ଡାଦେଶ ଦେଇଥିଲେ । ତେବେ ଏହାକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରିଥିଲେ । ପୂରୁଣା ମାମଲା ଦର୍ଶାଇ ସୁପ୍ରିମକୋର୍ଟ ହଜାରେ ଟଙ୍କା ଜରିମାନା ଦେବାକୁ କହିଥିଲେ । ଏହି ଦଣ୍ଡାଦେଶକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୧୮ ମସିହାରେ ସବୋଚ୍ଚ ନ୍ୟାୟାଳୟ ମାମଲାକୁ ଗ୍ରହଣ କରିଥିଲେ । ଏହି ମାମଲାରେ ସିଦ୍ଧୁଙ୍କ ସାଙ୍ଗ ରୁପିନ୍ଦର ସିଂହଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି ।