ବୁଲନ୍ଦସହର : ଆଜି ପୁଣି ଜଣେ ତାରକା ଖସି ପଡ଼ିଲେ ଅକାଳରେ । ପ୍ରାୟ ୪ କୋଟି ଟଙ୍କାର ସ୍କଲାରସିପ୍ ପାଇ ଆମେରିକାରେ ପଢ଼ିଥାନ୍ତେ । ହେଲେ ଏହି ଯୁବତୀ ଜଣକ ଚାଲିଗଲେ ରାସ୍ତା ଦୁର୍ଘଟଣାରେ । କେବଳ କିଛି ବଦମାସ ପିଲାଙ୍କ ପାଇଁ ଲିଭିଗଲା ଏହି ପ୍ରତିଭା ସମ୍ପନ୍ନ ଛାତ୍ରୀଙ୍କ ଜୀବନ । ଘଟଣାଟି ଥିଲା ଏମିତି ।
ଓଭରଟେକ୍ କରୁଥିଲେ । ଫଳରେ ସେ ଗାଡ଼ି ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମୟରେ ଏହି ବଦମାସ୍ ପିଲା ତାଙ୍କ ଆଗକୁ ଯାଇ ହଠାତ୍ ବୁଲେଟର ବ୍ରେକ୍ ମାରିବାରୁ ସୁଦୀକ୍ଷା ମଧ୍ୟ ସ୍କୁଟିର ବ୍ରେକ ମାରିଥିଲେ । ହେଲେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ ।
ଦାଦରୀ ତହସିଲ୍ ଗୈାତମ ବୁଦ୍ଧ ନଗରରେ ରହୁଥିବା ସୁଦୀକ୍ଷା ତାଙ୍କ ମାମୁଁଙ୍କୁ ଭେଟିବା ପାଇଁ ଚାଚାଙ୍କ ସହ ସିକନ୍ଦରାବାଦ ଯାଉଥିଲେ । ସୁଦୀକ୍ଷାଙ୍କୁ ୨୦ ଅଗଷ୍ଟରେ ଆମେରିକା ଫେରିବାର ଥିଲା । କରୋନା ସଂକ୍ରମଣ ପାଇଁ ସେ ଜୁନ୍ ପ୍ରଥମ ସପ୍ତାହରେ ଆମେରିକାରୁ ଭାରତ ଫେରିଥିଲେ ।
ସୁଦୀକ୍ଷା ୨୦୧୮ ମସିହା ସିବିଏସ୍ଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖିଥିଲେ । ଏଥିପାଇଁ ତାଙ୍କୁ ଆମେରିକାରେ ପଢ଼ିବାର ସୁଯୋଗ ମିଳିବା ସହ ୩.୮୩ କୋଟି ଟଙ୍କାର ସ୍କଲାରସିପ୍ ଦିଆଯାଇଥିଲା ବୋଲି ସୁଦୀକ୍ଷାଙ୍କ ବାପା କହିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ପାଇଁ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତୀ ତଥା ବସପା ନେତ୍ରୀ ମାୟାବତୀ ଦାବି କରିଛନ୍ତି ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…