ନାଇଜେରିଆରେ ଭୁଶୁଡିଲା ସ୍କୁଲ କୋଠା: ୨୨ ମୃତ, ୧୦୦ରୁ ଅଧିକ ପୋତି ହୋଇଥିବା ଆଶଙ୍କା

ନାଇଜେରିଆର ଏକ ଦୁଇ ମହଲା ସ୍କୁଲ କୋଠା ଭୁଶୁଡ଼ି ପଡ଼ିବାରୁ ୧୦୦ ଜଣ ପୋତି ହୋଇଯାଇଛନ୍ତି । ଖବର ମୁତାବକ, ଘଟଣାରେ ୨୨ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାରୀ ଦଳ ପୋତି ହୋଇଥିବା ଛାତ୍ରଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଶୁକ୍ରବାର ସକାଳେ ରାଜଧାନୀର ସେଣ୍ଟ ଏକାଡେମୀ ସ୍କୁଲରେ ପିଲା ପାଠ ପଢିବା ସମୟରେ ବିଲିଡିଂ ଭୁଶୁଡି ପଡିଥିଲା । ଭୁଶୁଡି ପଡିବା ପରେ ପିଲାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଏକାଠି ହୋଇଥିଲେ । କିଛି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ପିଲାଙ୍କ ବୟସ ୧୫ ରୁ କମ୍ ବୋଲି ଜଣାପଡିଛି ।
କୋଠା ଭୁଶୁଡ଼ି ପଡ଼ିବା ସହ ସ୍କୁଲରେ ଉପସ୍ଥିତ ଥିବା ପିଲା ଏବଂ କର୍ମଚାରୀଙ୍କ ମଧ୍ୟରୁ ୧୦୦ ଜଣ ଏଥିରେ ଫସି ଯାଇଥିଲେ । ନାଇଜେରିଆର ନ୍ୟାସନାଲ ଇମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି (ନେମା) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, “ମୃତ୍ୟୁର ସଠିକ ସଂଖ୍ୟା ନିଶ୍ଚିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ତଳେ ଫସି ରହିଥିବା ୪୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି ।
ତେବେ ସ୍କୁଲ ବିଲ୍ଡିଂକୁ ନିମ୍ନମାନର କାମ କରାଯାଇଥିବା ଏବଂ ନଦୀ କୂଳରେ ଅବସ୍ଥିତ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।