ଜୟପୁର : ଓଲଟିଲା ସ୍କୁଲ ବସ୍, ଜଣେ ପିଲା ମୃତ, ଅନେକ ଆହତ

ରାଜସ୍ଥାନ ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପ୍ରାଇଭେଟ ସ୍କୁଲ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଛି । ଦୁଘର୍ଟଣାରେ ଜଣେ ପିଲାର ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି । ବସରେ ୪୦ ଜଣ ପିଲା ରହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତେଜନା କରି ରାସ୍ତାରୋକ କରିଛନ୍ତି ।
ଖବର ମୁତାବକ, ୪୦ରୁ ଅଧିକ ପିଲା ଥିବା ଏକ ସ୍କୁଲ ବସ୍ ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ବସ୍ ଜୟପୁରର ଚୌମୁ ନିକଟରେ ହୋଇଛି । ବସ୍ ଓଲଟି ପଡିବା ଯୋଗୁଁ ପିଲାମାନଙ୍କ ଚିତ୍କାର ଶୁଣାଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ପୋଲିସକୁ ସୂଚନା ଦେଇଥିଲେ । ଦୁଘର୍ଟଣାରେ ଜଣେ ପିଲାର ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି । ଆହତ ପିଲାଙ୍କୁ ବସ୍ରୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପିଲାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲା ।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
ସୂଚନାଯୋଗ୍ୟ, ରାଜସ୍ଥାନର ଜୟପୁର ଚୌମୁରେ ବସ୍ ଏକ ନିର୍ମାଣାଧୀନ କଲଭର୍ଟ ମଧ୍ୟରେ ପଶିଯାଇଥିଲା । ଦୁର୍ଘଟଣାରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ବସରେ ଥିବା ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା । ୫୨ ନମ୍ବର ଜାତୀୟ ରାଜପଥର ଭୋଜଲାୱା କଟ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଏହି ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଏକ ନିର୍ମାଣାଧୀନ କଲଭର୍ଟ ମଧ୍ୟରେ ପଶିଯାଇଥିଲା । ବସରେ ପାଖାପାଖି ୩୦ରୁ ୩୫ ପିଲା ଥିଲେ ।
କଲଭର୍ଟ ସହ ଧକ୍କା ହେବା ପରେ ବସରେ ଥିବା ଜଣେ ଶିକ୍ଷକ ପଦାକୁ ବାହାରି ଆସି ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
Also Read : ନୋଏଡାର ୪ ବେସରକାରୀ ସ୍କୁଲକୁ ବୋମା ଧମକ, ଭୟଭୀତ ନ ହେବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ