ବ୍ରାଜିଲ୍ର ରେସିଫ୍ରେ ଜଣେ ସ୍କୁଲ ଛାତ୍ର ଇଲେକ୍ଟୋନିକ ଷ୍ଟୋରରେ ରଖାଯାଇଥିବା ଟାବ୍ଲେଟ୍ରେ ହୋମଓ୍ଵାର୍କ କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ପ୍ରଥମେ Imgurରେ ସେୟାର କରାଯାଇଥିଲା। ପରେ ଏହାକୁ ଟ୍ଵିଟରରେ ଲୋକମାନେ ସେୟାର କରିଥିଲେ। ଏବେ ପର୍ଯ୍ୟନ୍ତ ଭିଡିଓଟିକୁ ୧୨.୫ ମିଲିୟନ୍ରୁ ଅଧିକ ଥର ଦେଖି ସରିଲାଣି। ଭିଡିଓଟି ଏତେ ମାତ୍ରାରେ ଭାଇରାଲ ହେବା ପରେ ପିଲାଟିକୁ ସମ୍ପୃକ୍ତ ଷ୍ଟୋର କମ୍ପାନୀ ୩ଟି ଟାବ୍ଲେଟ୍ ଉପହାର ଦେଇଥିବା ଜଣାଯାଇଛି।
ଦେଖନ୍ତୁ ଭିଡିଓ:
Humanity at its best…❤️
This child doesn’t have internet access at home, so a store in the shopping mall allows him to use their tablet to do homework.
— FierceWarriorNStilettos (@InactionNever) November 13, 2019
ଭିଡିଓରେ ଏକ ସ୍କୁଲ ଛାତ୍ର କାନ୍ଧରେ ବ୍ୟାଗ୍ ପକାଇ ସାମସଙ୍ଗ୍ ଷ୍ଟୋର୍ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ରଖାଯାଇଥିବା ଏକ ଟାବ୍ଲେଟ୍ରେ ପିଲାଟି ହୋମଓ୍ଵାର୍କ କରିବାକୁ କିଛି ସର୍ଚ୍ଚ କରୁଛି।
this isn’t beautiful
— barbara (@leiaskwalker) November 14, 2019
ଏହାସହ ପଢ଼ନ୍ତୁ: ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍ ବଣ୍ଡଲ, ଦେଖନ୍ତୁ ଭିଡିଓ
If children don’t have internet access at home, then homework shouldn’t require it or students should be given time in school to work on the assignment. I taught in a Title 1 district where few children had internet access at home.
— J monte (@Jmonte41739837) November 13, 2019
ରିପୋର୍ଟ ମୁତାବକ, ପିଲାଟିର ନାମ ଗୁଇଲହମେ ସେଟିୟାଗୋ, ବୟସ ୧୦ ବର୍ଷ। ଗୁଇଲହମେର ଘରେ ଇଣ୍ଟରନେଟ୍ ସୁବିଧା ନଥିବାରୁ ସେ ମୋବାଇଲ୍ ଫୋନ୍ରେ ସ୍କୁଲ ପାଠ କରୁଥିଲା। ଏହା ଦେଖି ସାମସଙ୍ଗ୍ ଷ୍ଟୋରର ଜଣେ କର୍ମଚାରୀ ତାକୁ ଷ୍ଟୋର ଭିତରକୁ ଆସି ହୋମଓ୍ଵାର୍କ କରିବାକୁ କହିଥିଲେ। ଘରେ ସୁବିଧା ନଥିବାରୁ ପିଲାଟି ଷ୍ଟୋରରେ ଆସି ଠିଆ ହୋଇ ପଢ଼ୁଥିବାର ଭିଡିଓକୁ ଲୋକମାନେ ପସନ୍ଦ କରିଥିବା ବେଳେ ସ୍କୁଲରେ କାହିଁକି ପିଲାଙ୍କୁ କମ୍ପ୍ୟୁଟର ଦିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି।
ଭିଡିଓଟି ପ୍ରବଳ ମାତ୍ରାରେ ଭାଇରାଲ ହେବା ପରେ ସାମ୍ସଙ୍ଗ୍ ଗାଲାକ୍ସି ପକ୍ଷରୁ ଗୁଇଲହମେକୁ ୩ଟି ଟାବଲେଟ୍ ଉପହାର ସ୍ୱରୂପ ଦିଆଯାଇଛି ।