କ୍ଲାସ୍‌ରୁମ ଭିତରେ ଛାତ୍ରଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ସ୍କୁଲ ଶିକ୍ଷୟିତ୍ରୀ, ଏବେ କୋର୍ଟ ଦେଲେ ଏଭଳି ଦଣ୍ଡ

ଆମେରିକାରେ ଯୌନ ଶୋଷଣ ଅପରାଧର ଏକ ନୂଆ ତଥା ଅଜବ ମାମଲା ଏବେ ସାମ୍ନାକୁ ଆସିଛି। କିଛିବର୍ଷ ପୂର୍ବେ ଏହି ଘଟଣାଟି ଘଟିଥିଲା। ଆମେରିକା ରାଜଧାନୀ ଓ୍ଵାସିଙ୍ଗ୍‌ଟନରେ ୧୦ମ ଶ୍ରେଣୀରେ ପାଠ ପଢ଼ାଉଥିବା ଜଣେ ମହିଳା ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କ ସହ କ୍ଲାସ୍‌ରୁମ୍‌ରେ ରଖିଥିଲେ ଶାରୀରିକ ସମ୍ବନ୍ଧ। ଆଉ ଏହାପରେ ତାଙ୍କୁ ପାର୍କ ଏବଂ ନିଜ ଘରକୁ ନେଇଥିଲେ। ମିଡିଆ ରିପୋର୍ଟ ଅନୁସାରେ, ଚଳିତ ସପ୍ତାହରେ କୋର୍ଟ ଏହି ମହିଳା ଶିକ୍ଷୟିତ୍ରୀ ଓଲିବିୟାଙ୍କୁ ୧ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହାସହ ପଢ଼ନ୍ତୁ: ମା ନେଉଥିଲେ ଓକିଲାତିର ଶପଥ,  ଜଜ୍ ସମ୍ଭାଳିଲେ ଛୁଆକୁ, ଦେଖନ୍ତୁ ଭଡିଓ

crime3

ଏହି ଘଟଣାରେ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିନେଇଥିଲା। ସେ ଯେତେବେଳେ ଛାତ୍ରଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ସେତେବେଳେ ଛାତ୍ରଙ୍କ ବୟସ ଥିଲା ୧୬ ବର୍ଷ। ସବୁଠାରୁ ଚକିତ କଲା ଭଳି କଥା ଥିଲା, ସମ୍ବନ୍ଧ ବନାଇ ସନ୍ତୁଷ୍ଟ ଲାଭ କରିବା ପରେ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ କହିଥିଲେ, ଏବେ ସେ ନିଜ ବୈବାହିକ ଜୀବନ ଉପରେ ବେଶି ଧ୍ୟାନ ଦେବାକୁ ଚାହୁଁଛନ୍ତି। କିନ୍ତୁ ପରେ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ଏହାସହ ପଢ଼ନ୍ତୁ: ବାପା ପୁଅକୁ ପଟି କଲୁ କି ପଚାରିବାରୁ ପୁଅ ଦେଲା ଏମିତି ଜବାବ, ଶୁଣିବା ପରେ ହସି ହସି ଗଡ଼ିଗଲେ ବାପା, ଦେଖନ୍ତୁ ଭାଇରାଲ…

CRIME55

ଅନ୍ୟ ଛାତ୍ରମାନଙ୍କ ସହ ଓଲିବିୟାଙ୍କ ସମ୍ପର୍କକୁ ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା। କିନ୍ତୁ ଏ ବାବଦରେ କୌଣସି ଅଭିଯୋଗ ଆସି ନ ଥିଲା। ପୀଡ଼ିତ ଛାତ୍ରଙ୍କ ସହ ସମ୍ପର୍କ ନ ରଖିବାକୁ ଏବଂ ଦଣ୍ଡ ପରେ ପିଲାମାନଙ୍କ ସହ ଜଡ଼ିତ କୌଣସି ବି କାମ ନ କରିବାକୁ କୋର୍ଟ ଓଲିବିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓ୍ଵାସିଙ୍ଗ୍‌ଟନରେ ସହମତି ଭିତ୍ତିରେ ସେକ୍ସ କରିବାର ବୟସ ସୀମା ୧୬ ବର୍ଷ ରଖାଯାଇଛି। କିନ୍ତୁ ଶିକ୍ଷକମାନଙ୍କ ପାଇଁ ନିୟମ କଡ଼ାକଡ଼ି ରହିଛି। ତେଣୁ ଏଭଳି ଘଟଣା ପଦାରେ ପଡ଼ିବା ପରେ ଓଲିବିୟା ଶିକ୍ଷକତା ଛାଡ଼ିଦେଇଥିଲେ।

Leave A Reply

Your email address will not be published.