ପଞ୍ଜାବ : ସ୍କୁଲ ଭ୍ୟାନ୍ ଏବଂ ଡମ୍ପର ମୁହାଁମୁହିଁ ଧକ୍କା, ୬ ପିଲା ସମେତ ଭ୍ୟାନ ଡ୍ରାଇଭର ମୃତ

ପଞ୍ଜାବର ପଟିୟାଲାରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ସ୍କୁଲ ଭ୍ୟାନ ଏବଂ ଡମ୍ପର ଧକ୍କା ଜୋରଦାର ଧକ୍କା ହେବାରୁ ୬ ପିଲାଙ୍କ ଜୀବନ ଚାଲିଯାଇଛି । ଏହାସହିତ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ସମାନା-ପଟିୟାଲା ରୋଡ ଟୋଲ ପ୍ଲାଜା ନିକଟରେ ସ୍କୁଲ ବସ୍ ଏବଂ ବାଲି ଭର୍ତ୍ତି ଡମ୍ଫର ଧକ୍କା ହୋଇଥିଲା । ପଟିୟାଲା  ଭୂପିନ୍ଦ୍ରା ପବ୍ଲିକ ସ୍କୁଲର ରହିଥିଲେ । ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଯାଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପିଲାମାନେ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଜୋରଦାର ଧକ୍କାରେ ଭ୍ୟାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେଣୁ ଭିତରୁ ପିଲାଙ୍କୁ କାଢିବା ପାଇଁ କ୍ରେନର ସହାୟତା ନିଆଯାଇଥିଲା ।

Also Read : ଜମ୍ମୁ କଶ୍ମୀର : ଖାଇକୁ ଖସିଲା ବସ୍, ୪ ମୃତ, ୩୫ରୁ ଅଧିକ ଗୁରୁତର