ଗଭୀର ଅବପାତ ଫଳରେ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି, ସହରର ସମସ୍ତ ସ୍କୁଲ୍ ବନ୍ଦ

ଲକ୍ଷ୍ମୌ: ଗଭୀର ଅବପାତ ଫଳରେ ଗତ ୨୪ଘଣ୍ଟା ହେବ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ସାଧାରଣ ଲୋକେ ବହୁତ ସମସ୍ୟା ଦେଇ ଗତି କରୁଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣି ଭରି ରହିଛି। ଉତ୍ତରପ୍ରଦେଶର ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ ରଖିବ ପାଇଁ ଘୋଷଣା କରାଯାଇଛି।

ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଦ୍ୱାରା ସମସ୍ତ ଅଭିଭାବକଙ୍କୁ ଏନେଇ ସୂଚନା ଦିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବୋର୍ଡ ସହ ଜଡିତ ସ୍କୁଲ, ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶୁକ୍ରବାର ଦିନ ସହରରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ପାଇଁ ବନ୍ଦ କରାଯାଇଛି।

ଏହା ସମସ୍ତ ଗ୍ରାମାଞ୍ଚଳ ଓ ସହରାଂଚଳ ପାଇଁ ଲାଗୁକରା ଯାଇଛି। ସହରର ବିଭିନ୍ନ ଅଞ୍ଚଳ ଯଥା , ଝାନସୀ , ଓରାଇ , ଲକ୍ଷ୍ମୌ , କାନପୁର , ବାହରଚି ଆଦି ସହରରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ଦୁଇ ଦିନ ଧରି ବରେଲୀ ,ପିଲିଭିଟ ,ବଡାଉନ ,ଶାହାଝଂପୁର ,ମଣିପୁର ,ହ୍ରଦଇ ,ସୀତାପୁର ,ଲକ୍ଷ୍ମୌ ,କାନପୁର ,ପ୍ରୟାଗରାଜ ଆଦି ଅଞ୍ଚଳ ରେ ପ୍ରବଳ ବର୍ଷା ହବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.