ପରବର୍ତ୍ତୀ ମହାମାରୀ କୋଭିଡ ଠାରୁ ଆହୁରି ଭୟଙ୍କର ହେବ, ଏବେ ଠାରୁ ସତର୍କ ରହିବାକୁ କହିଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ପରବର୍ତ୍ତୀ ମହାମାରୀ କୋଭିଡ ଠାରୁ ଆହୁରି ଭୟଙ୍କର ହେବ । ଏମିତି ଭବିଷ୍ୟବାଣୀ କରିଛନ୍ତି ବୈଜ୍ଞାନିକମାନେ । ହଁ ଆଜ୍ଞା ଆମେ ‘ଓମିକ୍ରନ’ ଭ୍ୟାରିଏଣ୍ଟ ବିଷୟରେ କହୁନାହୁଁ । କୋଭିଡ ଭଳି ସେତେବେଳକୁ ଆଉ ଏକ ମହାମାରୀ ଆସିବ । ଯାହା ସମଗ୍ର ବିଶ୍ୱକୁ କବଳିତ କରିବ । ଆଉ ଏହା ହେବ କୋଭିଡ ଠାରୁ ଅତି ଭୟଙ୍କର ମହାମାରୀ । ଗବେଷକଙ୍କ ମତରେ ପ୍ରତି ୧୦୦ ବର୍ଷରେ ଥରେ ମହାମାରୀ ଆସିଛି । ଇତିହାସ ହୋଇଛି ଏହାର ମୂକସାଖୀ । ସେହି ଦୃଷ୍ଟିରୁ କୋଭିଡ ପର ମହାମାରୀ ଆହୁରି ଭୟଙ୍କର ହେବ ବୋଲି ବୈଜ୍ଞାନିକ ଗିଲବର୍ଟ କହିଛନ୍ତି ।

କୋଭିଡ଼ ୧୯ ଏକ ସାଧାରଣ ମହାମାରୀ ନୁହେଁ, ଏହା ଭୟଙ୍କର ମହାମାରୀ । ଏହା ପୃଥିବୀର କୌଣସି ଦେଶକୁ ଛାଡ଼ି ନାହିଁ । ଏହାପରେ ଯଦି ଆଉ ଏକ ମହାମାରୀ ଆବିର୍ଭାବ ଘଟେ, ତେବେ ତାହା କୋଭିଡ ୧୯ ଠାରୁ ବି ଅଧିକ ଭୟଙ୍କର ହେବବୋଲି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ନିର୍ମାତା ସାରା ଗିଲବର୍ଟ କହିଛନ୍ତି ।

ଏଥିପାଇଁ କୋଭିଡ ୧୯ ଯାହା ଆମକୁ ଶିକ୍ଷା ଦେଇଛି, ତାକୁ ଆମେ କେବେ ବି ଭୁଲିବା ଉଚିତ ନୁହେଁ । ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆଉ ଏକ ମହାମାରୀ ଆସିଲେ, ଏହା ଅଧିକ ସଂକ୍ରାମକ ବା ମାରାତ୍ମକ ହୋଇପାରେ ବୋଲି କହିଛନ୍ତି ସାର୍‌ ଗିଲବର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.