ମନୁଷ୍ୟକୁ ପୁନଃ ଜୀବତ କରିବାର ଆଶା ଦେଉଥିବା ବୈଜ୍ଞାନିକଙ୍କ ମସ୍ତିଷ୍କ ଫ୍ରିଜରେ, ଯାହାକୁ କରାଯିବ ଭବିଷ୍ୟରେ ବ୍ୟବହାର

ମନୁଷ୍ୟକୁ ପୁନଃ ଜୀବନ ଦାନ ଦେବା ଆଶା ଜାତ କରାଇଥିବା ବୈଜ୍ଞାନିକ ଡ଼ା. ୟୁରୀ ପିଚୁଜିନି (୬୭)ଙ୍କର ମସ୍ତିଷ୍କକୁ ଫ୍ରିଜରେ ରଖାଯାଇଛି। ଡାକ୍ତର ୟୁରୀଙ୍କ ମସ୍ତିଷ୍କକୁ ସୁରକ୍ଷିତ ଭାବେ -୧୯୬ଡ଼ିଗ୍ରୀ ସେଲସିୟସ ତାପମାତ୍ରାରେ ଫ୍ରିଜ କରି ରଖାଯାଇଛି। ଯାହାକୁ ଭବିଷ୍ୟତରେ ବ୍ୟବହାର କରାଯିବ ବୋଲି ଆଶା ରହିଛି। ଏହି ପ୍ରଦ୍ଧତିକୁ ଡ଼ାକ୍ତର ୟୁରୀ ପ୍ରେକୋଷ୍ଟାଇନ ଉଦ୍ଭାବନ କରିଥିଲେ। ଏହି ପଦ୍ଧତି ଜରିଆରେ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ଏକ ଖାସ ରସାୟନରେ ରଖି ତାହାକୁ ବରଫ କରିଦିଆଯିବ। ଏହି ପଦ୍ଧତିକୁ କ୍ରାୟୋ-ପ୍ରିଜଭେସନ୍ କୁହାଯାଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ପଦ୍ଧତି ଜରୀଆରେ ଭବିଷ୍ୟତରେ ପୁନଃ ମସ୍ତିଷ୍କକୁ ବ୍ୟବହାର କରାଯାଇପାରିବ।

brain 3

ଋଷର କ୍ରାୟୋରସ୍ କମ୍ପାନିର ଡ଼ା.ୟୁରୀଙ୍କର ମସ୍ତିଷ୍କକୁ କ୍ରାୟୋ-ପ୍ରିଜଭେସନ୍ କରାଯାଇଛି। ଏହାକୁ ମାସ୍କୋ ବେୟରହାଉସରେ ସଂରକ୍ଷିତ ରଖାଯାଇଛି। କ୍ରାୟୋରସଙ୍କ ପ୍ରବକ୍ତା ବେଲେରିୟା ଓଦାଲୋବାଙ୍କ କହିବାନୁଯାୟୀ, ୟୁରୀଙ୍କର ହାର୍ଟଆଟକ କାରଣରୁ ମତ୍ୟୁ ହୋଇଥିଲା। ତାଙ୍କ ଶବ ପଡ଼ୋଶୀଙ୍କୁ ଘର ବାହାରେ ମିଳିଥିଲା , ସେତେବେଳେ ତାପମାତ୍ରା ୭ ଡିଗ୍ରୀ ସେଲସୟସ ରହିଥିଲା।ଏଣୁ ପୂର୍ବରୁ ୨୦୧୨ ମସିହାରେ କରାଯାଇଥିବା କ୍ରଣ୍ଟାକ୍ଟ କ୍ରମେ ତାଙ୍କ ମସ୍ତିଷ୍କକୁ ଫ୍ରିଜ୍ କରାଯାଇଥିଲା।

brain storag

ଆମେରିକା ଏବଂ ଋଷରେ ଡା. ୟୁରୀ ଏହି ପ୍ରଦ୍ଧତିର ବ୍ୟବହାର କରିବା ନେଇ ଘୋଷଣା କରିଥିଲେ। ଯାହା ଫଳରେ ବିଜ୍ଞାନ ଆଗକୁ ବଢ଼ିବା ସହ ସେହି ଡ଼ାକ୍ତରଙ୍କ ସ୍ବରୁପ ଏକ ମସ୍ତିଷ୍କ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିବେ।
ଡ଼ା.ୟୁରୀଙ୍କର ଏହି ପଦ୍ଧତିର ଅଧାରରେ ବୈଜ୍ଞାନିକ କହିଛନ୍ତି କି , ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରହିଥିବା ମସ୍ତିଷ୍କର ବ୍ୟବହାର କିଛି ଶତାବ୍ଦୀ ପରେ କରାଯାଇପାରିବ। ଯେଉଁ ବିୟରହାଉସରେ ଡ଼ା, ୟୁରୀଙ୍କ ମସ୍ତିଷ୍କମୁ ସଂରକ୍ଷଣ ରଖାଯାଇଛି ସେଠାରେ ଆହୁରି ୬୬ଜଣଙ୍କର ମସ୍ତିଷ୍କକୁ ମଧ୍ୟ କ୍ରାୟୋ-ପ୍ରିଜଭେସନ୍ କରାଯାଇଛି। ଏହା ଛଡ଼ା ୩୨ଟି ପୋଷା ଜନ୍ତୁଙ୍କର ମସ୍ତିଷ୍କକୁ ମଧ୍ୟ ସେଠାରେ ରଖାଯାଇଛି।

You might also like