ବୈଜ୍ଞାନିକଙ୍କ ବଡ଼ ସଫଳତା: ପ୍ରଥମ ଥର ଚନ୍ଦ୍ର ମାଟିରେ ଉଠିଲା ଗଛ

କେନ୍ୟୁଜ୍(ବ୍ୟୁରୋ):ପ୍ରଥମ ଥର ଚନ୍ଦ୍ର ମାଟିରେ ଗଛ ଉଠିଲା । ପ୍ରଥମ ଥର ଚନ୍ଦ୍ର ମାଟିରେ ବୈଜ୍ଞାନିକମାନେ ମଞ୍ଜିରୁ ଗଛ ଅଙ୍କୁରିତ କରିଛନ୍ତି । ଚନ୍ଦ୍ରରେ ଜୀବଜଗତ ସୃଷ୍ଟି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗବେଷକମାନେ ଏକ ସ୍ୱତନ୍ତ୍ର ପ୍ରକାର ଗଛ ବଢ଼ାଇବା ପାଇଁ ୧୯୬୯-୧୯୭୨ରେ ଆପୋଲୋ ମିସନରେ ସଂଗ୍ରହ କରିଥିବା ଗଛ ଛୋଟ ଧୂଳି ନମୁନାର ପ୍ରୟୋଗ କରିଥିଲେ । ଏହାର ନିଷ୍ପର୍ଷ ତାଙ୍କୁ ଚକିତ କରିଛି ।

ଦୁଇ ଦିନ ପରେ ମଞ୍ଜିଗୁଡିକ ଗଜା ହୋଇଛି । ଏହି ଅଧ୍ୟୟନର ସହ ଲେଖିକା ଆନ୍ନା-ଲିସା ପଲ କହିଛନ୍ତି, ଆମେମାନେ ଆଚମ୍ବିତ । ପ୍ରତ୍ୟେକ ଗଛ ଅଙ୍କୁରିତ ହେବାର ୬ ଦିନ ପର୍ଯ୍ୟନ୍ତ ସମାନ ଦେଖାଯାଏ । ଏହାପରେ ପରିବର୍ତ୍ତନ ଦେଖାଯାଏ । ଗବେଷଣାରେ ସାମିଲ ହୋଇଥିବା ବୈଜ୍ଞାନିକମାନେ ଏହାକୁ ବଡ଼ ସଫଳତା କହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.