ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରୀଙ୍କୁ ଛାଡି ସିଙ୍ଗାପୁରକୁ ଉଡିଗଲା ବିମାନ, ଯାତ୍ରୀ ହଙ୍ଗାମା କରିବାରୁ ଏୟାରଲାଇନ୍ସ ଦେଲା ସଫେଇ

ସମୟ ପୂର୍ବରୁ ଯାତ୍ରୀଙ୍କୁ ଛାଡି ଉଡିଗଲା ବିମାନ । ଆଉ ୩୫ ଜଣ ଯାତ୍ରୀ ସେମିତି ଏୟାରପୋର୍ଟରେ ବସି ରହିଥିଲେ । ସ୍କୁଟ ଏୟାରଲାଇନ୍ସର ଏକ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା । ଯାତ୍ରୀ ସିଙ୍ଗାପୁର ଯିବା ପାଇଁ ଅପେକ୍ଷା କରି ରହିଥିଲେ ହେଲେ ବିମାନ ଉଡିଯାଇଥିଲା । ସନ୍ଧ୍ୟା ୭.୫୫ ମିନିଟରେ ଉଡାଣ ଭରିବାକୁ ଥିବା ବିମାନ ଦିନ ୩ଟାରେ ଉଡାଣ ଭରିଥିଲା ।
ତେବେ ଏହି ଘଟଣାରେ ଏୟାରଲାଇନ୍ସ କହିଛି କି, ଯାତ୍ରୀମାନଙ୍କୁ ଇମେଲ ଜରିଆରେ ବିମାନ ନିର୍ଦ୍ଧାରିତ ସମୟ ଠାରୁ ପରିବର୍ତ୍ତନ ସମୟ ଉଡାଣ ଭରିବା ନେଇ ସୂଚନା ଦିଆଯାଇଥିଲା । ଯେଉଁଯାତ୍ରୀମାନେ ଇମେଲ୍ ଚେକ୍ କରିଥିଲେ, ସେମାନେ ବିମାନ ଯାତ୍ରା କରିଥିଲେ। ଆଉ ଯେଉଁମାନେ ଇମେଲ ଦେଖିନଥିଲେ ସେମାନେ ସମସ୍ୟାରେ ପଡିଥିଲେ ।ଏହାକୁ ନେଇ ବିମାନବନ୍ଦରରେ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ସ୍କୁଟ୍ ଏୟାରଲାଇନର ଅମୃତସରରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡ଼ି ଧାର୍ଯ୍ୟ ସମୟର ୫ ଘଣ୍ଟା ପୂର୍ବରୁ ପଳାଇଥିବା ଜଣାପଡ଼ିଛି। ଏହି ବିମାନ ସନ୍ଧ୍ୟା ୭ଟା ୫୫ରେ ବିମାନବନ୍ଦର ଛାଡ଼ିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଦିନ ୩ଟାରେ ଉଡ଼ାଣ ଆରମ୍ଭ କରିଥିଲା। ଫଳରେ ୩୫ ଜଣ ଯାତ୍ରୀ ଯାଇପାରି ନ ଥିଲେ।
DGCA is looking into the matter where a Scoot Airlines (Singaporean airline) Singapore-bound flight took off hours ahead of schedule, leaving behind over 30 passengers at the Amritsar airport: DGCA
— ANI (@ANI) January 19, 2023
ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଏୟାରପୋର୍ଟରୁ ଦିଲ୍ଲୀକୁ ଉଡାଣ ଭରିଥିବା ବିମାନ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା। ସମସ୍ତ ୫୫ ଜଣ ଯାତ୍ରୀଙ୍କୁ ଛାଡି ବିମାନ ଦିଲ୍ଲୀକୁ ଉଡାଣ ଭରିଥିଲା । ଯାତ୍ରୀମାନେ ବିମାନରେ ଯିବା ପାଇଁ ସଟଲ ବସ୍ରେ ଅପେକ୍ଷା କରି ରହିଥିଲେ । କିନ୍ତୁ ବିମାନଟି କୌଣସି ଯାତ୍ରୀଙ୍କୁ ନ ନେଇ ଉଡାଣ ଉଡିଯାଇଥିଲା। ଆଉ ଦିଲ୍ଲୀ ପହଞ୍ଚିବା ବେଳକୁ ବିମାନରେ କୌଣସି ଯାତ୍ରୀ ବିମାନରେ ନଥିଲେ । ଆଉ ଏହି ମାମଲାରେ DGCA ଏୟାରଲାଇନ୍ସ କମ୍ପାନୀ ରିପୋର୍ଟ ମାଗିଥିଲା । ବିମାନ ଉଡାଣ ଭରିବା ପରେ ୫୩ ଜଣ ଲୋକଙ୍କୁ ଅନ୍ୟ ଏକ ବିମାନ ଯୋଗେ ଦିଲ୍ଲୀକୁ ସିଫ୍ଟ କରାଯାଇଥିଲା। ଅନ୍ୟ ଦୁଇ ଜଣ ଯାତ୍ରୀ ରିଫଣ୍ଡ ମାଗିଥିଲା । ବିମାନଟି ୬.୪୦ରେ ବେଙ୍ଗାଲୁରୁରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲା । ବେଙ୍ଗାଲୁରୁରୁ ଦିଲ୍ଲୀ ଉଡାଣ ଭରୁଥିବା ବିମାନ ଜି୮-୧୧୬ ବିମାନଟି ବିନା କୌଣସି ଯାତ୍ରୀଙ୍କୁ ନ ନେଇ ଟେକଅଫ କରିଥିଲା ।
This time the BANGALORE -DELHI FLIGHT took off leaving its 50 passengers behind….
Heard that the PEOPLE are demanding the AIRLINES to change it’s name to
” DON’T GO FIRST ”
” DON’T GO FAST ”😂😂😂😂#Flight pic.twitter.com/XeQ7kmc2Kw
— Subba Rao🇮🇳🇮🇳🚩🕉️ (@SubbaRaoTN) January 10, 2023