ଯାତ୍ରୀଙ୍କୁ ଛାଡି ବିମାନ ଉଡାଣ ଭରିବା ଘଟଣା : ଏବେ ଯାତ୍ରୀଙ୍କୁ ମାଗଣା ଟିକେଟ ବୁକିଂ କରିବାର ଅଫର ଦେଲା ସ୍କୁଟ୍‌ ଏୟାରଲାଇନ୍ସ

ନିକଟରେ ଅମୃତସରରୁ ସିଙ୍ଗାପୁରକୁ ଯାଉଥିବା ସ୍କୁଟ ଏୟାରଲାଇନ୍ସ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଚାଲିଯାଇଥିଲା। ଏହି ମାମଲାରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାରଲାଇନ୍ସକୁ ରିପୋର୍ଟ ମାଗିଛି। ବିମାନ ଛାଡି ଚାଲିଯାଇଥିବା ସମସ୍ତ ଯାତ୍ରୀଙ୍କୁ ଏବେ ମାଗଣାରେ ଦ୍ୱିତୀୟ ଥର ଫ୍ଲାଇଟ ବୁକିଂ କରିବା ଏବଂ ରିଫଣ୍ଡ କରିବାର ଅଫର ଦେଇଛି ଏୟାରଲାଇନ୍ସ । ତେବେ ଏୟାରଲାଇନ୍ସର ଏଭଳି ପଦକ୍ଷେପକୁ ଡିଜିସିଏ ପ୍ରଶଂସା କରିଛି ।

ଶ୍ରୀ ଗୁରୁ ରାମଦାସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସ୍କୁଟ ଏୟାରଲାଇନ୍ସର ଏକ ବିମାନ ଯାତ୍ରୀଙ୍କୁ ଛାଡି ଉଡାଣ ଭରିଥିଲା । ଏହି ମାମଲାରେ ଡିଜିସିଏ ଆକ୍ସନ ମୋଡକୁ ଆସି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଏୟାରଲାଇନକୁ ଜବାବ ମାଗିଥିଲା । ଏହାପରେ ଏୟାଇଲାଇନ ପକ୍ଷରୁ ଯାତ୍ରୀଙ୍କ ପାଇଁ ଅନେକ ଅପସନ ରଖାଯାଇଥିଲା। ଏଥିରେ ଫ୍ରି ଟିକେଟ୍‌ ବୁକିଂ , ବାଉଚର ଭାବେ ୧୨୦ ପ୍ରତିଶତ ରିଫଣ୍ଡ, ଏୟାରଲାଇନ ତରଫରୁ ୧୦୦ ପ୍ରତିଶତ ରିଫଣ୍ଡ ସାମିଲ ରହିଥିଲା । ପ୍ରଥମରୁ ଏୟାରଲାଇନ ନିଜ ସଫେଇରେ କହିଥିଲା, ପୂର୍ବରୁ ଇ ମେଲ ପଠାଇ ଯାତ୍ରୀମାନଙ୍କ ବିମାନ ପୂର୍ବ ନିର୍ଦ୍ଧାରିତ ସମୟରେ ଉଡାଣ ଭରିବ ବୋଲି କୁହାଯାଇଥିଲା । ଯେଉଁଯାତ୍ରୀମାନେ ମେଲ୍‌ ଦେଖିଥିଲେ, ସେମାନେ ଉଡାଣ ସମୟ ପୂର୍ବରୁ ଏୟାରପୋର୍ଟ ଆସିଥିଲେ ।ଆଉ ଯେଉଁମାନେ ଦେଖିନଥିଲେ ସେମାନେ ବିମାନରେ ଯାଇପାରିନଥିଲେ ।

ସ୍କୁଟ୍ ଏୟାରଲାଇନର ଅମୃତସରରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡ଼ି ଧାର୍ଯ୍ୟ ସମୟର ୫ ଘଣ୍ଟା ପୂର୍ବରୁ ପଳାଇଥିବା ଜଣାପଡ଼ିଛି। ଏହି ବିମାନ ସନ୍ଧ୍ୟା ୭ଟା ୫୫ରେ ବିମାନବନ୍ଦର ଛାଡ଼ିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଦିନ ୩ଟାରେ ଉଡ଼ାଣ ଆରମ୍ଭ କରିଥିଲା। ଫଳରେ ୩୫ ଜଣ ଯାତ୍ରୀ ଯାଇପାରି ନ ଥିଲେ।


ଆଉ ୩୫ ଜଣ ଯାତ୍ରୀ ସେମିତି ଏୟାରପୋର୍ଟରେ ବସି ରହିଥିଲେ । ସ୍କୁଟ ଏୟାରଲାଇନ୍ସର ଏକ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା । ଯାତ୍ରୀ ସିଙ୍ଗାପୁର ଯିବା ପାଇଁ ଅପେକ୍ଷା କରି ରହିଥିଲେ ହେଲେ ବିମାନ ଉଡିଯାଇଥିଲା ।
ଯାତ୍ରୀମାନଙ୍କୁ ଇମେଲ ଜରିଆରେ ବିମାନ ନିର୍ଦ୍ଧାରିତ ସମୟ ଠାରୁ ପରିବର୍ତ୍ତନ ସମୟ ଉଡାଣ ଭରିବା ନେଇ ସୂଚନା ଦିଆଯାଇଥିଲା । ଯେଉଁଯାତ୍ରୀମାନେ ଇମେଲ୍ ଚେକ୍ କରିଥିଲେ, ସେମାନେ ବିମାନ ଯାତ୍ରା କରିଥିଲେ। ଆଉ ଯେଉଁମାନେ ଇମେଲ ଦେଖିନଥିଲେ ସେମାନେ ସମସ୍ୟାରେ ପଡିଥିଲେ ।ଏହାକୁ ନେଇ ବିମାନବନ୍ଦରରେ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।