ବୟସ୍କ ବ୍ୟକ୍ତିଙ୍କୁୁ ଧକ୍କା ଦେବା ପରେ ସ୍କୁଟିରେ ୧ କିମି ଘୋଷାଡି ନେଲା ଯୁବକ, ଏବେ ଥାନାରେ ଅଟକ

ବେଙ୍ଗାଲୁରୁ : ଦିଲ୍ଲୀର ହିଟ୍‌ ଆଣ୍ଡ ରନ୍‌ ଘଟଣା ପରେ ବେଙ୍ଗାଲୁରୁରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବାଇକ୍‌ ଧକ୍କା ଦେବା ପରେ ଘୋଷାଡି ନେଇଥିବା ଖବର ମିଳିଛି । ଜଣେ ଯୁବକ ନିଜ ସ୍କୁଟରରେ ଜଣେ ୫୫ ବର୍ଷୀୟ ବୟସ୍କଙ୍କୁ ଘୋଷାଡି ନେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହାକୁ ଘଟଣା ସ୍ଥଳରେ ଉପସ୍ଥିତି ଥିବା ଅନ୍ୟ ଜଣେ ବ୍ୟକ୍ତି ନିଜ ଫୋନ ରେ ରେକର୍ଡ କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ବେଙ୍ଗାଲୁରୁର ମଗାଡି ରୋଡ଼ରେ ମୁଥାପା ଶିବଯୋଗୀ ନାମକ ଥୋନ୍ତପୁର ଜଣେ ବୃଦ୍ଧ ନିଜ ମହିନ୍ଦ୍ରା ବୋଲେର ଯାଉଥିବା ବେଳେ ସାହିଲ ନାମକ ୨୫ ବର୍ଷୀୟ ଯୁବକ ଯିଏ ନିଜ ସ୍କୁଟରର ଧକ୍କା ଦେଇଥିଲା । ବୃଦ୍ଧ ଜଣକ ନିଜ ଗାଡି ଅଟକାଇ ଯୁବକକୁ ପଚାରିବାରୁ ଯୁବକ ଜଣଙ୍କ ବଚସା କରି ପଳାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ବୃଦ୍ଧ ତାର ସ୍କୁଟର ପଛକୁ ଧରି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାହିଲ ଗାଡିକୁ ଦ୍ରୁତ ଗତିରେ ଚଳାଇ ପଳାଇଥିଲା।

ଫଳରେ ବୃଦ୍ଧ ଜଣକ ସ୍କୁଟି ପଛରୁ ଧରିଥିବା ଯୋଗୁଁ ପ୍ରାୟ ୧ କିମି ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ । ଆଉ ୧ କିମି ଘୋଷାଡି ହୋଇ ଯିବା ପରେ ତାଙ୍କୁ କିଛି ଲୋକେ ଅଟକାଇ ଧରିଥିଲେ ।  ଏହି ଘଟଣା ପରେ ପୋଲିସ ଖବର ପାଇ ପହଁଚିବା ପରେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି ।

ପୋଲିସ କହିବା ଅନୁଯାୟୀ, ଏହି ଘଟଣାଟି ମଗାଡି ରୋଡ଼ ଟୋଲ ଗେଟ ଠାରେ ଘଟିଥିବା ବେଳେ ଯୁବକ ଜଣଙ୍କ ଜଣେ ମେଡିକାଲ ରିପ୍ରେଜେଣ୍ଟିଭ ଭାବେ କାର୍ଯ୍ୟ କରନ୍ତି । ଏହି ଯୁବକଙ୍କ ଘର ହେଗନହଲି ବୋଲି ସୂଚନା ମିଳିଛି । ଅପରପକ୍ଷରେ ବୃଦ୍ଧ ଜଣଙ୍କର ଗୋଟେ ପ୍ରିଣ୍ଟଙ୍ଗ ପ୍ରେସ ଥିବା ସୂଚନା ମିଳିଛି । ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଯୁବକଙ୍କ ବିରୋଧରେ ଆଇପିସି ଧାରା ୩୩୭, ୩୩୮ ଏବଂ ୩୦୭ ଅଧିନରେ ପ୍ରାଥମିକ କେସ୍‌ ଦାଏର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.