ଜଳୁଛି ଉତ୍ତର ଭାରତ, ଦିଲ୍ଲୀରେ ଅଂଶୁଘାତର ଶିକାର ହେଉଛନ୍ତି ଲୋକ

ଉତ୍ତର ଭାରତରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ଦିଲ୍ଲୀ । ବହୁ ଲୋକ ଅଂଶୁଘାତର ଶିକାର ହେଉଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ୫ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି । ୧୨ ଜଣ ଲାଇଫ୍ ସପୋର୍ଟରେ ଅଛନ୍ତି ।

ସେପଟେ ରୋଗୀଙ୍କୁ ବିଳମ୍ବରେ ମେଡିକାଲକୁ ଆଣିଲେ ଗୋଟିଏ ପରେ ଗୋଟିଏ ଅର୍ଗାନ ଫେଲ ହୋଇ ଯାଉଥିବା କହିଛନ୍ତି ଡାକ୍ତର । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତ ଜଳୁଛି । ଦିଲ୍ଲୀରେ ଉତ୍କଟ ଜଳାଭାବ ସାଙ୍ଗକୁ ଅସହ୍ୟ ତାତି ପରିସ୍ଥିତିକୁ ଅଣାୟତ୍ତ କରିଛି । ଦିଲ୍ଲୀ ଏନସିଆର, ପଂଜାବ, ହରିଆଣା, ଉତ୍ତର ପ୍ରଦେଶ, ବିହାର ପାଇଁ ଗତକାଲି ରେଡ୍ ଆଲର୍ଟ ଜାରି କରିଥିଲା ଆଇଏମଡି । ଆଜି ପାଇଁ ଅରେଞ୍ଜ ଆଲର୍ଟ ରହିଛି । ଅନ୍ୟପଟେ ପଶ୍ଚିମ ଉତ୍ତର ପ୍ରଦେଶ ପାଇଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ହୋଇଛି ରେଡ୍ ଆଲର୍ଟ ।

Leave A Reply

Your email address will not be published.