ଅତୀତରେ ବି ବହୁତ ନଜିର ରହିଛି ଦଳଚକଟାର, ଯାହା ଉପରେ ଆସନ୍ତୁ ଥରେ ନଜର ପକାଇବା
ଏବେ ହାଥରସ୍ ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେ କେମିତି ଓ କାହିଁକି କେଉଁ ପରିସ୍ଥିତିରେ ଦଳଚକଟା ହେଲା ଏବଂ ଏତେ ସଂଖ୍ୟକ ଜୀବନ ଗଲା । ତେବେ କହିବାକୁ ଚାହିଁବୁ ଯେ ଅତୀତରେ ମଧ୍ୟ ଆମ ଦେଶରେ ଭୟାବହ ଦଳାଚକଟା ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଆସନ୍ତୁ ଥରେ ନଜର ପକାଇବା ସେଭଳି ବଡ଼ ଅଘଟଣ ଉପରେ।…
-ଅଗଷ୍ଟ ୨ ୭, ୨୦୦୩ : ମହାରାଷ୍ଟ୍ର ନାସିକରେ କୁମ୍ଭ ମେଳାରେ ସ୍ନାନ କରିବା ସମୟରେ ଦଳାଚକଟା ହୋଇ ୩୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୪୦ରୁ ଅଧିକ ଆହତ ହୋଇଥିଲେ।
-ଜାନୁଆରୀ ୨୫, ୨୦୦୫ : ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମନ୍ଧାରଦେବୀ ମନ୍ଦିରରେ ବାର୍ଷିକ ଉତ୍ସବ ସମୟରେ ଦଳାଚକଟାରେ ୩୪୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଆହତ ହୋଇଥିଲେ।
-ଅଗଷ୍ଟ ୩, ୨୦୦୮: ହିମାଚଳ ପ୍ରଦେଶ ନୈନାଦୈବୀ ମନ୍ଦିରରେ ଭୂସ୍ଖଳନ ଗୁଜବକୁ ନେଇ ଦଳାଚକଟାରେ ୧୬୨ଜଣଙ୍କ ମୃତ୍ୟୁ ଘଟିଥିଲା। ୪୭ ଜଣ ଆହତ ହୋଇଥିଲେ।…
-ସେପଟେମ୍ବର ୩୦, ୨୦୦୮: ରାଜସ୍ଥାନ ଯୋଧପୁର ସହରର ଚାମୁଣ୍ଡା ମନ୍ଦିରରେ ଦଳାଚକଟାରେ ୨୫୦ଜଣଙ୍କ ମୃତ୍ୟୁ ଘଟିଥିଲା । ୬୦ଜଣ ଆହତ ହୋଇଥିଲେ।
-ମାର୍ଚ୍ଚ ୪, ୨୦୧୦ : ଉତ୍ତର ପ୍ରଦେଶ ପ୍ରତାପଗଡ଼ ଜିଲ୍ଲାରେ ରାମଜାନକୀ ମନ୍ଦିରରେ ଦଳାଚକଟାରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆତ୍ମଘୋଷିତ ବାବା କ୍ରିପାଲଜୀ ମହାରାଜ ଲୋକଙ୍କୁ ମାଗଣା ଖାଦ୍ୟ ଓ ବସ୍ତ୍ର ବାଣ୍ଟିବା ସମୟରେ ଏଭଳି ଅଘଟଣ ଘଟିଥିଲା।
-ଜାନୁଆରୀ ୧୪, ୨୦୧୧ରେ କେରଳର ଇଡ୍ଡୁକୀ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ସାବରିମାଲା ଭକ୍ତଙ୍କ ସମାଗମ ବେଳେ ଏକ ଜିପ୍ ମାଡ଼ି ଆସିବାରୁ ଦଳାଚକଟା ହୋଇଥିଲା। ଏଥିରେ ୧୦୪ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ୪୦ରୁ ଅଧିକ ଆହତ ହୋଇଥିଲେ।
-ନଭେମ୍ବର ୮, ୨୦୧୧ : ହରିଦ୍ବାରର ହରି କି ପୌରି ଘାଟରେ ଦଳାଚକଟାରେ ୨୦ଜଣଙ୍କ ମୃତ୍ୟୁ ଘଟିଥିଲା।
-ଅକ୍ଟୋବର ୧୩, ୨୦୧୩ : ମଧ୍ୟପ୍ରଦେଶ ଦାତିଆ ଜିଲ୍ଲା ସ୍ଥିତ ରତନଗଡ଼ ମନ୍ଦିରରେ ଦଳାଚକଟାରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୦୦ଜଣ ଆହତ ହୋଇଥିଲେ। ନବରାତ୍ରି ଉତ୍ସବ ବେଳେ ମନ୍ଦିରକୁ ଯୋଡୁଥିବା ଏକ ବ୍ରିଜ ଭୁଶୁଡ଼ି ପଡ଼ିବା ନେଇ ଗୁଜବ ହେବାରୁ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଥିଲା।
-ଅକ୍ଟୋବର ୩, ୨୦୧୪ : ପାଟନାର ଗାନ୍ଧୀ ମଇଦାନରେ ଦଶହରା ସମାରୋହରେ ଦଳାଚକଟା ହୋଇ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୬ଜଣ ଆହତ ହୋଇଥିଲେ।
-ଜୁଲାଇ ୧୪, ୨୦୧୫ : ଆନ୍ଧ୍ର ପ୍ରଦେଶର ରାଜମୁନ୍ଦରିରେ ପୁଷ୍କରମ ପର୍ବ ଚାଲିଥିବା ବେଳେ ଦଳାଚକଟାରେ ୨୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ୨୦ଜଣ ଆହତ ହୋଇଥିଲେ। ଗୋଦାବରୀ ନଦୀ ଘଟାରେ ଶ୍ରଦ୍ଧାଳୁଙ୍କ ସ୍ନାନ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା।
-ଜାନୁଆରୀ ୧, ୨୦୨୨ : ଜମ୍ମୁରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା । ୧୫ରୁ ଅଧିକ ଆହତ ହୋଇଥିଲେ। ନୂଆବର୍ଷ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରିନଥିଲା ।
-ଜୁଲାଇ ୨୦୦୮ରେ ପୁରୀ ରଥଯାତ୍ରା ସମୟରେ ଦଳାଚକଟାରେ ୬ଜଣ ମୃତ୍ୟୁ ହୋଇଥିଲା। ୧୨ ଜଣ ଆହତ ହୋଇଥିଲେ ।