ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ଉଦ୍ୟମ । ରବିବାର ଫ୍ଳୋରିଡାରେ ଗଲ୍ଫ କୋର୍ଟ ବାହାରେ ଆକ୍ରମଣ ହୋଇଛି । ତେବେ ଏଥିରୁ ଟ୍ରମ୍ପ ବର୍ତ୍ତିଯାଇଛନ୍ତି । ସଂପୂର୍ଣ୍ଣ ସୁରକ୍ଷିତ ଥିବା ଟ୍ରମ୍ପ କହିଛନ୍ତି । ଗତ ଜୁଲାଇ ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପେନସିଲଭାନିଆରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରମ୍ପ। ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରହିଥିବାରୁ ଘଟଣାକୁ ଗୁରୁତ୍ବ ଦିଆଯାଉଛି ।
ସନ୍ଦିଗ୍ଧକୁ ଗିରଫ କରାଯାଇ ତଦନ୍ତ କରୁଛି ଏଫବିଆଇ । ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ ଗୁଳି ବାଜିନାହିଁ। ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ୫୮ ବର୍ଷୀୟ ରିୟାନ ୱେସଲି ରୌଥ । ଗୁଳିମାଡ଼ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ କହିଛି।
ଗତ ଜୁଲାଇ ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପେନସିଲଭାନିଆରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରମ୍ପ। ଏଥିରେ ଗୋଟିଏ ରାଉଣ୍ଡ ଗୁଳି ତାଙ୍କ କାନରେ ବାଜିଥିଲା। ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରହିଥିବାରୁ ଘଟଣାକୁ ଗୁରୁତ୍ବ ଦିଆଯାଉଛି । ଘଟଣାକୁ ନିନ୍ଦାକରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ।