ୟୁକ୍ରେନ୍ରେ ଆଉ ଜଣେ ଭାରତୀୟ ଡାକ୍ତରୀ ଛାତ୍ର ମୃତ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭିତରେ ଭାରତର ଛାତ୍ରଛାତ୍ରୀମାନେ ବଳିପଡ଼ୁଛନ୍ତି। ୟୁକ୍ରେନ୍ରେ ଆଜି ଆଉ ଜଣେ ଭାରତୀୟଙ୍କ ମୃତ ଘଟିଛି। ମୃତ ଛାତ୍ରଙ୍କ ବାଁ ଚନ୍ଦନ ଜିନ୍ଦଲ ଓ ସେ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଛି। ଚନ୍ଦନ ବ୍ରେନ୍ ଷ୍ଟୋକ୍ର ଶିକାର ହୋଇ ହସ୍ପିଟାଲରେ ଆଡ୍ମିଟ୍ ହୋଇଥିଲେ। କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଚନ୍ଦନଙ୍କ ବୟସ ମାତ୍ର ୨୨ ବର୍ଷ। ସେ ୟୁକ୍ରେନ୍କୁ ଡାକ୍ତରୀ ପଢ଼ିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି।
BREAKING- Second Indian student dies in Ukraine. Chandan Jindal, a student in
Vinnytsia passed away few hours ago after suffering a cerebral stroke. He was fighting for life for the past few days.#IndiansInUkraine #indianstudents— Deepa Parent (@DeepaParent) March 2, 2022
ସୂଚନାଯୋଗ୍ୟ ଯେ ଗତ କାଲି ମଧ୍ୟ ୟୁକ୍ରେନ୍ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଗତ କାଲି ମୃତ୍ୟୁ ଘଟିଥିବା ଛାତ୍ରଙ୍କ ନାଁ ନବୀନ ଶେଖରପ୍ପା। ଖାରକିଭ୍ରେ ବୋମା ବିସ୍ଫୋରଣ ଯୋଗୁ ନବୀନଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।
Also Read: ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ