ଭାରତୀୟ ନୌସେନାରେ ସାମିଲ ହେଲା ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ, ଜାଣନ୍ତୁ ‘INS ଅରିଘାଟ’ର ଶକ୍ତି

ଭାରତୀୟ ନୌସେନାକୁ ମିଳିଛି ଦ୍ଵିତୀୟ ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ‘INS ଅରିଘାଟ’ । ଏହାକୁ ଷ୍ଟ୍ରାଟେଜିକ୍ ଫୋରସେସ କମାଣ୍ଡରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଅନେକ ପ୍ରକାରର ନୂତନ ଅପଗ୍ରେଡ କରାଯାଇଛି । ଭାରତୀୟ ନୌସେନାର ଏହି ପରମାଣୁ ଇନ୍ଧନଚାଳିତ ବୁଡ଼ାଜାହାଜ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଏହା ଅରିହାଣ୍ଟ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ।

ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଏହାକୁ ତିଆରି କରାଯାଇଛି । ଏହାର ଡିସପ୍ଲେସମେଣ୍ଟ ହେଉଛି ୬୦୦୦ ଟନ୍ । ଲମ୍ବ ପ୍ରାୟ ୧୧୩ ମିଟର । ବିମ୍ ୧୧ ମିଟର ହୋଇଥିବା ବେଳେ ଡ୍ରାଫ୍ଟ ହେଉଛି ୯.୫ ମିଟର । ଏହା ପାଣି ଭିତରେ ୯୮୦ରୁ ୧୪୦୦ ଫୁଟ ଗଭୀର ପର୍ଯ୍ୟନ୍ତ ଯାଇପାରେ । ଏହାର ରେଞ୍ଜ ଅସୀମିତ, ଅର୍ଥାତ ଯଦି ଖାଦ୍ୟ ଯୋଗାଣ ଏବଂ ରକ୍ଷଣାବେକ୍ଷଣା ହୁଏ, ତେବେ ଅସୀମିତ ସମୟ ପର୍ଯ୍ୟନ୍ତ ଏହା ସମୁଦ୍ରରେ ରହିପାରିବ ।

INS ଅରିଘାଟରେ 12 K15 SLBM ମୁତୟନ କରାଯାଇଛି । ବୁଡ଼ାଜାହାଜ ଉତ୍‌କ୍ଷେପଣ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ହେଉଛି ୭୫୦ କିଲୋମିଟର । ଏଥିରେ ୪ଟି K4 କ୍ଷେପଣାସ୍ତ୍ର ରହିଛି, ଯାହାର ରେଞ୍ଜ ୩୫୦୦ କିଲୋମିଟର ।

ବୁଡ଼ାଜାହାଜ ଭିତରେ ପରମାଣୁ ରିଆକ୍ଟର ଲଗାଯାଇଛି । ଏହା ପରମାଣୁ ଇନ୍ଧନ ସହିତ ବୁଡ଼ାଜାହାଜକୁ ଭୂପୃଷ୍ଠରେ ୨୮ କିଲୋମିଟର ପ୍ରତି ଘଣ୍ଟା ବେଗ ଏବଂ ପାଣି ଭିତରେ ୪୪ କିଲୋମିଟର ପ୍ରତି ଘଣ୍ଟା ବେଗ ପ୍ରଦାନ କରିବ । INS ଅରିହାଣ୍ଟ ଏବଂ INS ଅରିଘାଟ ବର୍ତ୍ତମାନ ନୌସେନାରେ ସାମିଲ ହେବା ଦ୍ୱାରା ଦେଶର ଉଭୟ ପାର୍ଶ୍ୱର ଉପକୂଳ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରହିବ ।