ତାଜମହଲରେ କାହିଁକି ବନ୍ଦ ଥିଲା ୨୨ଟି ରୁମ୍‌, ASI ଫଟୋ ଜାରି କରି ଦେଲା ସୂଚନା

ତାଜମହଲରେ ବନ୍ଦ ରହିଥିବା ୨୨ ରୁମ୍‌ରେ କ’ଣ ରହିଛି, ତାହା ଏବେ ଜଣାପଡିଛି। ଏହି ରୁମର ଫଟୋ ଭାରତୀୟ ପୁରତତ୍ତ୍ୱ ସର୍ବେକ୍ଷଣ ଜାରି କରିଛି। ଅନେକ ଦିନରୁ ଏହି ବନ୍ଦ ରହିଥିବା ରୁବକୁ ନେଇ ଅନେକ ବିବାଦ ଚାଲିଥିଲା।

ଆଗ୍ରା ଏଏସଆଇ ମୁଖ୍ୟ ଆରକେ ପଟେଲଙ୍କ ଅନୁସାରେ, ବନ୍ଦ ରହିଥିବା ରୁମର ଫଟୋ ଜାନୁଆରୀ ୨୦୨୨ର ନ୍ୟୁଜ ଲେଟର ଭାବେ ଏଏସଆଇର େଓ୍ଵବସାଇଟରେ ଉପଲବ୍ଧ ରହିଛି। ଯେକୌଣସି ବ୍ୟକ୍ତି େଓ୍ଵବସାଇଟକୁ ଯାଇ ଏହାର ଫଟୋ ଦେଖିପାରିବ। ଏଥିରେ କୁହାଯାଇଛି ଯେ, ଏହିସବୁ ରୁମରେ ରିନୋଭେସନ କାମ କରାଯାଇଥିଲା। ଯେଉଁଥିପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ପର୍ଯ୍ୟଟନ ଉଦ୍ୟୋଗ କହିଛି ଯେ, ଏହି ରୁମ୍‌ରେ କ’ଣ ଅଛି, ଏହା ବିଷୟରେ କୌଣସି ଭୁଲ୍‌ ତଥ୍ୟ ଲୋକଙ୍କୁ ନ ଦିଆଯାଉଛି। ତେଣୁ ଏହାର ଫଟୋକୁ ସାର୍ବଜନୀକ କରାଯାଇଛି।

ଏହି ରୁମରେ ଥିବା ସାମଗ୍ରୀକୁ ନେଇ କୌଣସି ଗୁଜବ କିମ୍ବା ଭୁଲ ଖବର ଲୋକଙ୍କ ପାଖରେ ନ ପହଞ୍ଚିବା ପାଇଁ ଏହାକୁ ସାର୍ବଜନିକ ଭାବେ ପ୍ରକାଶ କରାଯାଇଛି। ଆଲାହାବାଦ ଉଚ୍ଚ ନ୍ୟାୟାଳୟ ଏହି ରୁମକୁ ଖୋଲିବା ପାଇଁ ଡା ରଜନୀଶ କୁମାରଙ୍କ ଦ୍ୱାରା ଦାୟର ହୋଇଥିବା ଜନିତ ଯାଚିକାକୁ ଖାରିଜ କରିଦେଇଥିଲେ। ତେଣୁ ବନ୍ଦଥିବା ରୁମରେ ପ୍ଲାଷ୍ଟର ଏବଂ ଚୁନା ଲଗାଇବା କାମ ହୋଇଛି ବୋଲି ଦର୍ଶାଯାଇଛି। ଏହି ଯାଚିକାର ସମର୍ଥନ କରି ରାଜସ୍ଥାନ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି କି, ତାଜମହଲର ଭୂମି ତାଙ୍କ ରାଜକୀୟ ପରିବାରର ରହିଥିଲା।

ଜୟପୁର ରାଜକୁମାରୀ ଦିୟା କୁମାରୀ ତାଜମହଲକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କ କହିବା ଅନୁଯାୟୀ ଯେଉଁ ସ୍ଥାନରେ ତାଜ ମହଲ ନିର୍ମିତ ହୋଇଛି ସେହି ସ୍ଥାନ ହେଉଛି ତାଙ୍କ ରାଜବଂଶର ଅର୍ଥାତ ଜୟପୁର ରାଜବଂଶର । ଦିୟାଙ୍କ ଅନୁଯାୟୀ ଏହି ଜମି ଜୟପୁର ରାଜବଂଶର ବୋଲି ତାଙ୍କ ନିକଟରେ ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ୟ ରହିଛି । ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ, ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ତାଜମହଲ ଭିତରେ ଥିବା ୨୨ ଗୋଟି କୋଠରୀକୁ ତନାଘନା କରିବା ପାଇଁ ଏକ ପିଟିସନ ଦାୟର ହେବା ପରେ ରାଜକୁମାରୀ ଦିୟା ଏହି ରାୟ ଦେଇଥିଲେ । ପ୍ରକୃତରେ ସେହି ୨୨ ଗୋଟି କୋଠରୀରେ ହିନ୍ଦୁ ଦେଵାଦେବୀ ଅଛନ୍ତିକି ନାହିଁ ସେବାବଦରେ ଜାଣିବା ପାଇଁ ଏହି ପିଟିସନ ଦାୟର ହୋଇଥିଲା ।

ସୂଚନାଯାୟୀ, ଏବେ ଖରାଦିନ ଚାଲିଥିବା ସତ୍ତ୍ୱେ ଶିନବାର ଦିନ ୨୦ ହଜାରରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣ କରିବାକୁ ଆସିଥିଲେ। ୧୩ ହଜାରୁ ଅଧିକ ପର୍ଯ୍ୟନ୍ତ ଅନଲାଇନରେ ଟିକେଟ କିଣିଥିବା ବେଳେ ୭୧୫୪ ଲୋକ ଅଫଲାଇନ ଟିକେଟ କିଣିଥିଲେ।

Leave A Reply

Your email address will not be published.