ନୂଆଦିଲ୍ଳୀ : ଆମେରିକା ଆକାଶରେ ଦେଖିବାକୁ ମିଳିଛି ଆଉ ଏକ ଚୀନର ବେଲୁନ୍ । ଆଜି ଆଉ ଏକ ବେଲୁନ୍ ଦେଖିବା ପରେ ଆମେରିକା ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ଚୀନର ଗୁପ୍ତଚର ବେଲୁନ ବୋଲି କହିଛି ଆମେରିକା ।
ଗତକାଲି ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍ସ ବେଲୁନ ଠାବ ହୋଇଛି। ମୋଣ୍ଟାନାରେ ରହିଛି ଆମେରିକାର ତାର ସମ୍ବେଦନଶୀଳ ଆଣବିକ ମିଶାଇଲର ରଖିଛି।
ପ୍ରତିରକ୍ଷା ବିଭାଗର ଅନେକ କାର୍ଯ୍ୟାଳୟ ରହିଛି। ଆମେରିକା ସନ୍ଦେହ କରୁଛି ଉଚ୍ଚ ଆକାଶରେ ଉଡୁଥିବା ସର୍ଭିଲେନ୍ସ ବେଲୁନ ଚୀନର। କିନ୍ତୁ ଏହାକୁ ମାରି ନ ଖସାଇବାକୁ ନିଷ୍ପତ୍ତି ନେଇଛି ଆମେରିକା। କାରଣ ଏହାର ଧ୍ୱଂଶାବଶେଷ କିଛି କ୍ଷତି ପହଞ୍ଚାଇବା ଆଶଙ୍କା କରାଯାଉଛି।
ଏହି ସନ୍ଦେହଜନକ ବେଲୁନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅବଗତ କରାଯାଇଛି। ଏହା ଜଣାପଡିବା ପରେ ବେଜିଂ ଗସ୍ତ ବାତିଲ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ।