ଧାରା ୩୫-ଏ ଶୁଣାଣି ପୂର୍ବରୁ ଘାଟିରେ ହାଇଆଲର୍ଟ , ୧୫୦ରୁ ଅଧିକ ବିଚ୍ଛିନ୍ନତାବାଦୀ ଗିରଫ

ଜମ୍ମୁ-କାଶ୍ମୀ(କେନ୍ୟୁଜ୍) : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ଜମ୍ମୁ-କାଶ୍ମୀରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ଉଭୟ ପଟୁ ସେନା ମୁତୟନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ହଜାରରୁ ଅଧିକ ସୈନିକ ଶ୍ରୀନଗରରେ ମୁତୟନ କରାଯାଇଛି । ସମଗ୍ର ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି । ଘାଟୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି । ବିଚ୍ଛିନ୍ନତାବାଦୀଙ୍କ ବାସଭବନରେ ଚଢଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ଆସନ୍ତାକାଲିଠାରୁ ସୁପ୍ରମିକୋର୍ଟରେ ଧାରା ୩୫-ଏ ନେଇ ଶୁଣାଣି ଆରମ୍ଭ ହେବ । ଏହା ପୂର୍ବରୁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ସୁପ୍ରିମକୋର୍ଟ ଯଦି ଏହି ଧାରାକୁ ହଟାଇବେ କିମ୍ବା ପରିବର୍ତ୍ତନ ଆଣିବାକୁ ରାୟ ଦିଅନ୍ତି, ତେବେ କଠୋରପନ୍ଥୀମାନେ କାଶ୍ମୀରରେ ପ୍ରବଳ ହିଂସାକାଣ୍ଡ ଘଟାଇ ପାରନ୍ତି ।