ଭାଲେଣ୍ଟାଇନ ଡେ ପାଇଁ ନୋଏଡାରେ ୧୪୪ ଧାରା ଲାଗୁ, ଜାଣନ୍ତୁ କ’ଣ କରାଯାଇଛି ବାରଣ

ଭାଲେଣ୍ଟାଇନ ଡେ ପାଇଁ ନୋଏଡାରେ ୧୪୪ ଧାରା ଲାଗୁ । ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଏକାଠି ହେବେନି । ଯେଉଁମାନେ ଅମାନିଆ ହେବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ ହୋଇଛି।  ନୋଏଡା ଏବଂ ଗ୍ରେଟର ନୋଏଡାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ । ଭାଲେଣ୍ଟାଇନ ଡେ ଏବଂ ମହାଶିବରାତ୍ରୀ ପାଇଁ ଆଇନ ଲାଗୁ ହୋଇଛି । ଆଉ ଯେଉଁମାନେ ଅମାନିଆ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି ।

ଖବର ମୁତାବକ, ଜିଲ୍ଲାରେ ୫ ଫେବୃଆରୀରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ପୋଲିସ ଡିଜି କହିଛନ୍ତି । ୫ ଫେବୃଆରୀରେ ସନ୍ଥ ରବିଦାସ ଜୟନ୍ତୀ ରହିଥିଲା । ଆଉ ୧୪ ଫେବୃଆରୀରେ ଭାଲେଣ୍ଟାଇନ ଡେ ଏବଂ ୧୮ ଫେବୃଆରୀରେ ମହା ଶିବରାତ୍ରି । ତେଣୁ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି ।

ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ଶୋଭାଯାତ୍ରା କରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାର୍ବଜନୀତ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସରକାରୀ ଅଫିସର ଏକ କିମି ପରିଧି ମଧ୍ୟରେ କୌଣସି ଡ୍ରୋନ ସୁଟିଂ ହୋଇପାରିବ ନାହିଁ ।

ସାର୍ବଜନୀନ ସ୍ଥାନରେ ପୂଜା ଅର୍ଚ୍ଚନା, ନମାଜ, ଶୋଭଯାତ୍ରା ଭଳି କୌଣସି ପ୍ରକାରର କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଯଦି ଏମିତି କିଛି କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଛି, ତେବେ ପୋଲିସ ଡିଜିଙ୍କ ଠାରୁ ଅନୁମତି ନେବାକୁ ପଡିବ ।

କୌଣସି ପ୍ରକାରର ଧାର୍ମିକ ସ୍ଥାନ, କାନ୍ଥରେ ବ୍ୟାନର, ପୋଷ୍ଟର ଲଗାଇବା ମଧ୍ୟ ମନା ।

ସର୍ବସାଧାରଣରେ କୌଣସି ବ୍ୟକ୍ତି ନିଶା ସେବନ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.