ମୃତ୍ୟୁ ଏମିତି ବି ଆସେ…ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ଦମ୍ପତିଙ୍କ ଉପରେ ପଡ଼ିଲା ଗଛ, ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର

ମୃତ୍ୟୁ ଏମିତି ବି ଆସେ । ହାଇଦ୍ରାବାଦ ନିକଟସ୍ଥ ତେଲଙ୍ଗାନାର ସେକୁନ୍ଦରାବାଦରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ମାମଲା ସେକୁନ୍ଦରାବାଦର ବୋଲାରାମ୍ କ୍ୟାଣ୍ଟନମେଣ୍ଟ ହସ୍ପିଟାଲ୍ ପରିସରରୁ ଆସିଛି ।

ମୃତ୍ୟୁ ଏମିତି ବି ଆସେ… । ହାଇଦ୍ରାବାଦ ନିକଟସ୍ଥ ତେଲଙ୍ଗାନାର ସେକୁନ୍ଦରାବାଦରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ମାମଲା ସେକୁନ୍ଦରାବାଦର ବୋଲାରାମ୍ କ୍ୟାଣ୍ଟନମେଣ୍ଟ ହସ୍ପିଟାଲ୍ ପରିସରରୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ସ୍କୁଟରରେ ବସାଇ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଥିଲେ । ହସ୍ପିଟାଲ ଭିତରକୁ ପ୍ରବେଶ କରିବା ସମୟରେ ହଠାତ୍‌ ଏକ ବିରାଟ ଗଛ ସେମାନଙ୍କ ଉପରେ ପଡ଼ିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ପୂରା ଘଟଣା ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ରବିନ୍ଦ୍ର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିନ୍ଦ୍ର ତାଙ୍କ ସ୍ତ୍ରୀ ସରଲା ଦେବୀଙ୍କ ସହ ସେକୁନ୍ଦରାବାଦର ଏକ ହସ୍ପିଟାଲରେ ପହଞ୍ଚିଥିଲେ । ଦୁହେଁ ସ୍କୁଟରରେ ବସି ହସ୍ପିଟାଲ ପରିସରକୁ ପ୍ରବେଶ କରୁଥିବା ବେଳେ ହଠାତ୍ ଏକ ବିରାଟ ଗଛ ସେମାନଙ୍କ ଉପରେ ପଡ଼ିଯାଇଥିଲା । ଏକ ଭାରୀ ଗଛ ପଡ଼ିବାରୁ ସ୍ୱାମୀ, ସ୍ତ୍ରୀ ଦୁହେଁ ଏହା ତଳେ ଚାପି ହୋଇଯାଇଥିଲେ ।

ଏହି ଦୁର୍ଘଟଣାରେ ସ୍ୱାମୀ ଜଣକ ଆଖି ବୁଜିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ଯେ ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେହି ସମୟରେ ଅନ୍ୟ ପାର୍ଶ୍ୱରୁ ଆଉ ଜଣେ ସ୍କୁଟର ଆରୋହୀ ଆସୁଥିଲେ । କିନ୍ତୁ ସେ ସଂକୀର୍ଣ୍ଣ ଭାବରେ ଖସି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଘଟଣା ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଏଭଳି ଦୁଃଖଦ ଦୁର୍ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଶୋକର ଛାଇ ଖେଳିଯାଇଛି । ସ୍ତ୍ରୀଙ୍କୁ ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ନେଇ ଆସୁଥିବା ରବିନ୍ଦ୍ର ଜାଣି ନ ଥିଲେ ଯେ ମୃତ୍ୟୁ ତାଙ୍କ ଦୁଇ ପାଦ ଆଗରେ ଅଛି ।

Leave A Reply

Your email address will not be published.