ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସୂଚନା ଅନୁଯାୟୀ ପାକିସ୍ତାନର ଆତଙ୍କବାଦୀମାନେ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବାର ଯୋଜନାରେ ଅଛନ୍ତି ।

ସୂତ୍ର ଅନୁଯାୟୀ ରଫିକ୍‌ ନାଏ ଏବଂ ମହମ୍ମଦ ଅମିନ ବଟ ଛଦ୍ମନାମ ଆବୁ ଖୁବାଇବକୁ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦିଆଯାଇଛି । ଉଭୟ ରାଫିକ୍‌ ନାଏ ଏବଂ ମହମ୍ମଦ ଅମିନ ବଟ୍ଟ, ରାଜୌରୀ-ପୁଞ୍ଚ, ପିର ପଞ୍ଜଲ ଏବଂ ଚେନ୍ନାବ ଉପତ୍ୟକା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଦାୟିତ୍ୱ ଦିଆଯାଇଛି ।

ରଫିକ୍‌ ନାଏ ପୁଞ୍ଚ ଜିଲ୍ଲା ମେନ୍ଧରର ବାସିନ୍ଦା ହୋଇଥିବାବେଳେ ବଟ୍ଟ ଡୋଡା ଜିଲ୍ଲାର ବାସିନ୍ଦା। ବର୍ତ୍ତମାନ ଉଭୟ ପାକ୍‌ ଅଧିକୃତ କାଶ୍ମୀର- PoKରୁ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.