ରାଜସ୍ଥାନର ରେଳ ଷ୍ଟେସନ ଓ ବିଭିନ୍ନ ଧାର୍ମିକ ସ୍ଥାନକୁ ଵୋମାରେ ଉଡ଼ାଇବାକୁ ମିଳିଲା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଜସ୍ଥାନ : ରେଳ ଷ୍ଟେସନକୁ ବୋମାରେ ଉଡ଼େଇ ଦେବାକୁ ମିଳିଛି ଧମକ ।  ଏଭଳି ଏକ ଘଟଣା ହନୁମାନଗଡ଼ ଜଙ୍କସନ୍‌ ରେଲୱେ ଷ୍ଟେସନରେ ହୋଇଛି । ରାଜସ୍ଥାନ ଓ ମଧ୍ଯ ପ୍ରଦେଶ ଠାରେ ଥିବା ଅନେକ ଗୁଡ଼ିଏ ଧାର୍ମିକ ସ୍ଥାନରେ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଛି ବୋଲି କହିଛି ପୋଲିସ ।  ଅକ୍ଟୋବର ଏକ ତାରିଖରେ ଏହି ଧମକ ପୁର୍ଣ୍ଣ ଲେଖା ହନୁମାନଗଡ଼ ଷ୍ଟେସନ୍ ମାଷ୍ଟରଙ୍କୁ ଦିଆଯାଇ ଥିବା କଥା ଆଡ଼ିସନାଲ୍ଏସପି ହନୁମାନଗଡ଼ ପ୍ୟାରେ ଲାଲ୍ ମୀନାଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଧମକପୂର୍ଣ୍ଣ ଚିଠିରେ ଜୈଶ ଇ ମହମ୍ମଦଙ୍କ ନାମ ଉଲ୍ଲେଖ ରହିଛି । ଗଙ୍ଗନଗର, ହନୁମାନ ଗଡ, ଯୋଧପୁର, ବିକାନର,କୋଟା , ବୁନ୍ଦି,ଉଦୟପୁର,ଜୟପୁର,ସ୍ଥାନ ଗୁଡିକୁ ବୋମାରେ ଉଡ଼ାଇବାକୁ ଉଲ୍ଲେଖ କରାଯାଇଛି । ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ବହୁ ଧାର୍ମିକ ସ୍ଥଳରେ ବୋମା ବିସ୍ଫୋରଣ କରିବାର ଯୋଜନା ରହିଥିଲା । ଜୈଶ୍ ଇ ମହମ୍ମଦ ହେଉଛି ଏକ ପାକିସ୍ଥାନର ଆତଙ୍କବାଦୀ ସଂଗଠନ । ଶ୍ରୀ ମୀନା କହିଛନ୍ତି ସରକାରୀ ରେଳ ପୋଲିସ,ସ୍ଥାନୀୟ ପୋଲିସ, ବି ଏସ ଏଫ୍ ଏହି ଘଟଣାର ତଦନ୍ତ ଓ ଅନୁସନ୍ଧାନ କରୁଛନ୍ତି । ଏହି ଘଟଣା ଟି ଜି ଆର୍ ପି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାକୁ ନେଇ ରାଜ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଭଳି ଏକ ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ସହିତ ଏହି ଧମକ ପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିକୁ ଖୋଜିବା ପାଇଁ ସବୁ ପ୍ରେଚେଷ୍ଟା ଜାରି କରାଯାଇଛି ।

You might also like