ଦେଶ ବିଦେଶ

ପୁଣି ଚର୍ଚ୍ଚାରେ ସୀମା, ଜନ୍ମ ଦେବାକୁ ଯାଉଛନ୍ତି ନିଜର ୫ମ ସନ୍ତାନ!

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ସୀମା ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସଚିନ ମୀଣାଙ୍କ ପରିବାରର ଜଣେ ସଦସ୍ୟ ଏ କଥା ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ତାଙ୍କ କହିବା ହେଲା, ବହୁତ ଜଲ୍‌ଦି ତାଙ୍କ ପରିବାରକୁ ଏକ କୁନି ଅତିଥିର ଆଗମନ ହେବ। କାହିଁକି ନା, ସୀମା ଏବେ ଗର୍ଭବତୀ ଅଛନ୍ତି।

ତେବେ ଏ ପର୍ଯ୍ୟନ୍ତ ସୀମା ହାଇଦର ଏହି କଥା ନିଶ୍ଚିତ କରି ନାହାଁନ୍ତି କି ସଚିନ ମଧ୍ୟ ବାପା ହେବାକୁ ଯାଉଥିବା କଥାକୁ ସ୍ୱୀକାର କରି ନାହାଁନ୍ତି। କିନ୍ତୁ ଖବରରୁ ଜଣାପଡ଼ିଛି, ନିକଟରେ ସଚିନ୍ ସୀମା ହାଇଦରଙ୍କୁ ଚେକଅପ୍ କରାଇବା ପାଇଁ ଡାକ୍ତରଙ୍କ ନିକଟକୁ ନେଇଥିଲେ।

ସୀମାଙ୍କର ପୂର୍ବରୁ ୩ ଝିଅ ଏବଂ ଗୋଟିଏ ପୁଅ ଅଛି। ପୁଅ ୭ ବର୍ଷର ଥିବା ବେଳେ ତିନି ଝିଅଙ୍କ ବୟସ ଯଥାକ୍ରମେ ୬ ବର୍ଷ, ୫ ବର୍ଷ ଏବଂ ୩ ବର୍ଷ। ସମସ୍ତ ପିଲା ସଚିନ୍ ମୀଣାଙ୍କ ରବୁପୁରାସ୍ଥିତ ଘରେ ରହୁଛନ୍ତି।

କହି ରଖୁଛୁ, ସଚିନ୍ ଓ ସୀମା ଅନଲାଇନ୍ ଗେମ୍ PUBG ମାଧ୍ୟମରେ ୨୦୨୦ରେ ପରସ୍ପର ସମ୍ପର୍କରେ ଆସିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୦ରେ ସୀମା ହାଇଦର ପ୍ରଥମ ଥର ପାଇଁ ୧୫ ଦିନିଆ ଟୁରିଷ୍ଟ ଭିସା ନେଇ କରାଚିରୁ ଦୁବାଇ ଦେଇ ନେପାଳରେ ପହଞ୍ଚିଥିଲେ ଏବଂ ମାର୍ଚ୍ଚ ୧୭ରେ ପାକିସ୍ତାନ ଫେରି ଯାଇଥିଲେ।

ପୁଣି ଦ୍ୱିତୀୟ ଥର ପାଇଁ ସେ ମେ’ ୧୦ରେ ୧୫ ଦିନିଆ ଟୁରିଷ୍ଟ ଭିସାରେ ପାକିସ୍ତାନରୁ ନିଜର ଚାରି ପିଲାଙ୍କୁ ଧରି କରାଚି ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରରେ ପହଞ୍ଚି ଥିଲେ। ଏହା ପରେ ମେ’ ୧୨ ତାରିଖ ସକାଳେ ପୋଖରାରୁ ବସ୍ ଧରି ସିଦ୍ଧାର୍ଥ ନଗରର ରୂପନଡେହୀ ଖୁନୱା ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ।

Roshni

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

20 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

28 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

34 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

43 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

45 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

52 mins ago