ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ, କଣ ହେବ ସୀମା ହାଇଦରଙ୍କ ଅବସ୍ଥା

ଜମ୍ମୁ-କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ ।  ଏହା ପରେ ସାରା ଦେଶରେ  ଏହି ଘଟଣାକୁ ନେଇ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ ।  ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି  ।  ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ଘଟଣା ଉପରେ କ୍ରୋଧ ପ୍ରକାଶ କରୁଛନ୍ତି  ଏବଂ ସରକାରଙ୍କଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି  ।

ଗତକାଲି ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି  କେନ୍ଦ୍ର ସରକାର  ।  ଭିସା ଛାଡ଼ ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସୁବିଧାକୁ ବନ୍ଦ କରି ଦିଆଯାଇଛି ।  ଏହି ନିଷ୍ପତ୍ତି ଅନୁସାରେ  ଏବେ ପାକିସ୍ତାନୀ ନାଗରିକମାନେ ଭାରତ ଯାତ୍ରା କରିପାରିବେ ନାହିଁ ।

ସେହି ପାକିସ୍ତାନୀ ନାଗରିକମାନେ ଯେଉଁମାନେ ଏହି ସୁବିଧା ଅଧୀନରେ ପୂର୍ବରୁ ଭାରତରେ ଉପସ୍ଥିତ ଅଛନ୍ତି ।  ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହି ନିଷ୍ପତ୍ତି ପରେ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ପାକିସ୍ତାନର ସୀମା ହାଇଦର ମେ  ୨୦୨୩ ରେ ନେପାଳ ଦେଇ ବେଆଇନ ଭାବରେ ଭାରତ ଆସିଥିଲେ ।  ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରିଛନ୍ତି ।  ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ କିନ୍ତୁ ସୀମା ହାଇଦର ଏହି ବିଷୟରେ କିଛି କହି ନଥିଲେ ।

ଚାରିଟି ପିଲାଙ୍କ ସହିତ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦର ମାର୍ଚ୍ଚ ୧୮ ରେ ଏକ ଝିଅକୁ ଜନ୍ମ ଦେଇଥିଲେ ।  ଯାହାର ନାମ ମୀରା ରଖାଯାଇଛି । ସୀମା ହାଇଦରଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ରାବୁପୁରାର ବାସିନ୍ଦା ସଚିନ ମୀନାଙ୍କ ସହ ହୋଇଥିଲା ।  ଏହା ସୀମା ହାଇଦରଙ୍କ ପଞ୍ଚମ ସନ୍ତାନ ମୀରା ଏବଂ ସୀମା ସଚିନ ମୀନାଙ୍କ ପ୍ରଥମ ସନ୍ତାନ ।

ସୀମା ହାଇଦରଙ୍କ ମାମଲାରେ  ପୋଲିସ କହିଛି ଯେ ଆଇନଗତ ଭାବରେ ଭାରତ ଆସିଥିବା ପାକିସ୍ତାନୀ ନାଗରିକମାନଙ୍କୁ ପାକିସ୍ତାନ ଫେରିଯିବାକୁ କୁହାଯାଇଛି, କିନ୍ତୁ ସୀମା ହାଇଦର ବେଆଇନ ଭାବରେ ଭାରତ ଆସିଥିଲେ ଏବଂ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।  ଯେପର୍ଯ୍ୟନ୍ତ ବିଚାର ଜାରି ରହିବ ସେପର୍ଯ୍ୟନ୍ତ ସେ ଭାରତରେ ରହିବେ ।  ଏହି ନିୟମ ତାଙ୍କ ପାଇଁ  ଲାଗୁ ହେବ ନାହିଁ ।

Also read: ବାପା ହେଲେ ସଚିନ, ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର