ପୁଣି ଚର୍ଚ୍ଚାରେ ସୀମା ହାଇଦର, କହିଲେ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରୁଛନ୍ତି

ଏବେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ମହିଳା ସୀମା ହାଇଦର । ଆପଣମାନେ ତ ଜାଣିଥିବେ କି ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନରୁ ଭାରତ ଆସିଛନ୍ତି ସୀମା ହାଇଦର । ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ତେବେ ନିକଟରେ ସୋସିଆଲ ମିଡିଆରେ ସୀମା ହାଇଦରଙ୍କ ଏକ ଭିଡିଓ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ୟୁଟ୍ୟୁବରୁ ହେଉଥିବା ରୋଜଗାର ବିଷୟରେ କହିଛନ୍ତି । ସୀମା ହାଇଦର ଆଜିକାଲି ୟୁଟ୍ୟୁବରୁ ବହୁତ ଭଲ ରୋଜଗାର କରୁଛନ୍ତି । ଏକଥା ଆମେ କହୁନୁ ସେ ନିଜେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୀମାଙ୍କ ସହ ସଚିନ ମଧ୍ୟ ଏହା କହିଛନ୍ତି ଯେ ସେ ଅନଲାଇନରେ ବହୁତ ଭଲ ରୋଜଗାର କରୁଛନ୍ତି । ସୀମା କହିଛନ୍ତି ଯେ ସଚିନ ତାଙ୍କ ପାଇଁ ପ୍ରଭୁ ରାମଙ୍କ ନାମରେ ଏକ ସୁନା ଲକେଟ ଆଣିଛନ୍ତି । ଏହା ସହିତ ସେ ପିଲାମାନଙ୍କ ପାଇଁ ରୁପା ଗ୍ଲାସ ମଧ୍ୟ କିଣିଛନ୍ତି । ଯେଉଁଥିରେ ପିଲାମାନେ କ୍ଷୀର ପିଇବେ । ତେବେ ଏହା ହେଉଛି ଜଣେ ବାପାର ନିଜ ପିଲାମାନଙ୍କ ପ୍ରତି ଭଲ ପାଇବା । ଏହା କାହାକୁ ଦେଖେଇ ହେବା ପାଇଁ ନୁହେଁ ।
ୟୁଟ୍ୟୁବରୁ କେତେ ରୋଜଗାର ଟଙ୍କା ହେଉଛି ବୋଲି ସୀମାଙ୍କୁ ପଚରା ଯାଇଥିଲା । ଅବଶ୍ୟ ଏହାକୁ ଲୁଚାଇଥିଲେ ସେ । ସୀମା କହିଛନ୍ତି ଯେ ଏହି କଥାକୁ ବ୍ୟକ୍ତିଗତ ରହିବାକୁ ଦିଅନ୍ତୁ, ନଚେତ୍ ଲୋକମାନେ ଅନେକ କିଛି କହିବେ । ପୁଣି ପଚାରିବେ ଏତେ ଟଙ୍କା କିପରି ଆସିଲା । ସୀମା କହିଛନ୍ତି ଯେ ଆମେ ଭଲ ରୋଜଗାର କରୁଛୁ । ଯାହାଦ୍ୱାରା ନିଜ ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଭଲ ଶିକ୍ଷା ଦେଇ ପାରୁଛୁ । କହି ରଖୁଛୁ, ଏହା ମଧ୍ୟରେ ସୀମା ଭାରତ ଆସିବାର ଏକ ବର୍ଷ ବିତି ଗଲାଣି ।
ସୀମା କହିଛନ୍ତି ନିଜ ପରିବାର ଚଳାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ସୀମା ଏବଂ ସଚିନଙ୍କ ଅଦଭୁତ ପ୍ରେମ କାହାଣୀ ଯୋଗୁଁ ସେମାନଙ୍କ ଭିଡିଓ ଖୁବ ଭାଇରାଲ ହୋଇଥାଏ । ସେହି କାରଣରୁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନାହିଁ । ଏହି ପରିପେକ୍ଷୀରେ ସଚିନ୍ କହିଛନ୍ତି ଯେ ସେମାନେ ସ୍ୱପ୍ନରେ ବି ଭାବି ନଥିଲେ ଯେ କେବେ ୟୁଟ୍ୟୁବର୍ ହେବେ । ଏସବୁ କେବଳ ଭଗବାନଙ୍କ ଆଶୀର୍ବାଦ । ୟୁଟ୍ୟୁବରେ ଟଙ୍କା ରୋଜଗାରକୁ ନେଇ ସେମାନେ କହିଛନ୍ତି ଏଥିପାଇଁ ଆହୁରି ପରିଶ୍ରମ କରିବାକୁ ପଡିବ ।
ସୀମା କହିଛନ୍ତି ଯେ ଏକ ସର୍ଟସ୍ ରେ ଲକ୍ଷେ ଭ୍ୟୁ ପାଇଁ ଏକ ଡଲାର୍ ମିଳିଥାଏ, ଭାରତୀୟ ମୁଦ୍ରାରେ ଯାହା ପ୍ରାୟ ୮୦-୮୨ ଟଙ୍କା । ଯଦି ଆପଣ ପାଞ୍ଚ ମିନିଟର ଏକ ଲମ୍ବା ଭିଡିଓ ପୋଷ୍ଟ କରନ୍ତି, ତେବେ ଆପଣ ପ୍ରତ୍ୟେକ ହଜାରେ ଭ୍ୟୁ ପାଇଁ ୨୫ ଟଙ୍କା ପାଇବେ । ସୀମା ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ୟୁଟ୍ୟୁବରୁ ବହୁତ ଭଲ ରୋଜଗାର କରନ୍ତି, ସେଥିରେ ଦୁଇଟି ଜିନିଷ ଦରକାର ପଡିଥାଏ । ଗୋଟିଏ ହେଉଛି ବିଜ୍ଞାପନ ପାଇବା ଏବଂ ଅନ୍ୟଟି କାହାକୁ ପ୍ରମୋସନ କରିବାକୁ ପଡିବ ।
ବର୍ଷେ ଭିତରେ ସୀମା ଓ ସଚିନଙ୍କ ସମ୍ପତ୍ତି ଆଶ୍ଚର୍ଯ୍ୟଜନକ ଭାବେ ବଢିଛି । ତେବେ ନିକଟରେ ସୀମାଙ୍କ ପିଲାମାନଙ୍କୁ ପାକିସ୍ତାନ ନେବା ପାଇଁ ଅନେକ ବିବାଦ ଚାଲିଥିଲା । କାରଣ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଏନେଇ ସରକାରଙ୍କ ନିକଟରେ ଦାବି କରିଥିଲେ । ହେଲେ ବିଭିନ୍ନ ବିବାଦ ଭିତରେ ବି ସୀମା ଓ ସଚିନ୍ ନୋଏଡାରେ ଖୁସିରେ ରହୁଛନ୍ତି । ପାକିସ୍ତାନ କଥା କହିଲେ ଚିଡ଼ି ଯାଉଛନ୍ତି ସୀମା ।